(Video) ପ୍ରିନସିପାଲଙ୍କୁ ଚାପୁଡ଼ା ପରେ ଚାପୁଡ଼ା ଥୋଇ ଦେଇଗଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ…

ଅନେକ ସମୟରେ ରାଜନେତାଙ୍କ ସରକାରୀ କର୍ମଚାରୀଙ୍କ ଉପରକୁ ହାତ ଉଠାଇବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ବେଶ୍ ତୁମ୍ବିତୋଫାନ ମଧ୍ୟ ହୋଇଛି । ତେବେ ବର୍ତ୍ତମାନ ସମାନ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବିଧାୟକ ଜଣେ କଲେଜ ପ୍ରିନସିପାଲଙ୍କ ଉପରକୁ ଚାପୁଡ଼ା ମାରିଛନ୍ତି । ତାହାବି ପୁଣି ସର୍ବ ସମ୍ମୁଖରେ । ଆଉ ଏହି ଭିଡିଓ ଭାଇରାଲ ହେବାରେ ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରାଯାଉଛି ।

ସୂଚନା ଅନୂଯାୟୀ, ସୋମବାର କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାର ଜଣେ ଜେଡିଏସ ବିଧାୟକ ନାଲୱାଣ୍ଡି କ୍ରିଷ୍ଣା ରାଜା ୱେଡିୟାର ଆଇଟିଆଇ କଲେଜ ପରିଦର୍ଶନ ଯାଇଥିଲେ । ଆଉ ସେଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ତଦାରଖ କରିଥିଲେ । କିନ୍ତୁ ଯେତେବେଳେ ସେ କଲେଜରେ କମ୍ପ୍ୟୁଟର ଲାବ୍ ର ଉନ୍ନତୀକରଣ ବିଷୟରେ ପଚାରଇଥିଲେ ସେତେବେଳେ ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ବାସ୍, ଏତିକିରେ ବିଧାୟକଙ୍କ ମୁଣ୍ଡରେ ପିତ ଚଢ଼ିଯାଇଥିଲା । ଆଉ ରାଗରେ ବାରମ୍ବାର ପ୍ରନିସିପାଲଙ୍କୁ ଚାପୁଡ଼ା ମାରିବାକୁ ଆରମ୍ଭ କରିଦେଇଥିଲେ । ତାହାବି ସର୍ବ ସମ୍ମୁଖରେ, ସେଠାରେ କଲେଜ କର୍ମଚାରୀ, ରାଜନେତା ଏମିତିକି ଜଣେ ମହିଳା ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଯେତେବେଳେ ପ୍ରନସିପାଲଙ୍କୁ ବିଧାୟକ ଚାପୁଡ଼ା ମାରିଥିଲେ ବିଧାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେପଟେ ବିଧାୟକଙ୍କ ଚାପୁଡ଼ା ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ମାଣ୍ଡ୍ୟା ଜିଲ୍ଲା ସରକାରୀ କର୍ମଚାରୀ ଆସୋସିଏସନ । ସଙ୍ଗଠନ ସଭାପତି କହିଛନ୍ତି ଯେ ଏହି ଘଟଣାରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏହା ସହ ଏକ ଇମରଜେନ୍ସୀ ମିଟିଂ ମଧ୍ୟ ଡକାଇଥିଲେ । ଏହା ସହ ସେ ନିଜେ କଲେଜ ପ୍ରିନସିପାଲ ନାଗାନନ୍ଦଙ୍କୁ ଭେଟିଛନ୍ତି  । ଦେଖନ୍ତୁ ଭିଡିଓ…