fbpx

ହରିଦ୍ୱାରରୁ ଗଙ୍ଗାସ୍ନାନ କରି ଫେରୁଥିଲେ ଗୋଟିଏ ପରିବାର: ଡ୍ରାଇଭରର ଭୁଲ୍ ପାଇଁ ୧୧ ଜଣ ଯାତ୍ରୀଙ୍କର ହୋଇଗଲା ରକ୍ତସ୍ନାନ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଆଜିକାଲି ଏକ ମୁଖ୍ୟ ସମସ୍ୟା । ଅନେକ ସମୟରେ ଡ୍ରାଇଭରଙ୍କର ବେପରୁଆ ଗାଡ଼ିଚାଳନା ଯୋଗୁଁ ଅନେକ ଯାତ୍ରୀଙ୍କର ଅକାଳରେ ପ୍ରାଣହାନୀ ଘଟିଥାଏ । ତେବେ ଉତ୍ତରପ୍ରଦେଶରୁ ଏଭଳି ଏକ ଭୟଙ୍କର ଦୁର୍ଘଟଣାଜନିତ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏହି ଦୁର୍ଘଟଣାରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସମସ୍ତ ଶ୍ରଦ୍ଧାଳୁ ହରିଦ୍ୱାରରୁ ଗଙ୍ଗା ସ୍ନାନ କରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗଜରୌଲା ନିକଟରେ ପିକଅପ ଚାଳକଙ୍କୁ ନିଦ ଆସିଯିବାରୁ, ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଗଭୀର ଦୁଃଖପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ଲଖୀମପୁର ଜିଲ୍ଲାର ଗୋଲା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟମାନେ ହରିଦ୍ୱାରରୁ ଗଙ୍ଗାସ୍ନାନ କରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗଜରୌଲା ଅଞ୍ଚଳର ହାଇୱେ ସ୍ଥିତ ମାଲା ମୋଡ଼ ପାଖରେ ଅଚାନକ ଗାଡ଼ି ଚାଳକଙ୍କୁ ନିଦ ଆସିଯାଇଥିଲା । ଏହା ପରେ ପିକଅପଟି ଏକ ଗଛକୁ ପିଟିବା ସହ ଓଲଟି ପଡ଼ିଥିଲା । ତେବେ ଏହାପରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ୯ ଆହତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ପରେ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.