fbpx

ରାଉରକେଲାରେ ଅଘଟଣ, ସ୍କୁଲ ଫାଟକ ପଡ଼ି ୨ ମୃତ

ରାଉରକେଲା(ଓଡ଼ିଶା ଭାସ୍କର): ସ୍କୁଲ୍‌ରେ ନୁଆ କରି ଲାଗିଥିବା ଲୁହା ଫାଟକ ପଡ଼ି ଚାଲିଯାଇଛି ଦୁଇ କର୍ମଚାରୀଙ୍କ ଜୀବନ। ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଥିବା ବିକାଶ ପବ୍ଲିକ୍ ସ୍କୁଲରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଫାଟକ ପଡ଼ି ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ୨ଜଣ କର୍ମଚାରୀ ଫାଟକ ବନ୍ଦ କରିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ଅଘଟଣ କେମିତି ହେଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ। ଅଘଟଣ ପରେ ଜଣେ ଘଟଣାସ୍ଥଳରେ ଓ ଅନ୍ୟଜଣେ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ।

Get real time updates directly on you device, subscribe now.