fbpx

ଛାତ୍ରଙ୍କୁ ମିଳିଲା ଆଶାଠାରୁ ଅଧିକ ମାର୍କ! ଖୁସି ହେବେ କ’ଣ ଘୂରାଇଗଲା ମୁଣ୍ଡ, ଆଉ ତା’ ପରେ ପୁଣି…

ପରୀକ୍ଷା ଦେବା ପରେ ସାଧାରଣତଃ ପରୀକ୍ଷାର୍ଥୀ ଫଳାଫଳକୁ ନେଇ ଚିନ୍ତାରେ ଥା’ନ୍ତି । କ’ଣ ହେବ ଫଳାଫଳ, ସେ ପାସ୍ ହୋଇଛନ୍ତି କି’ ନାହିଁ ଇତ୍ୟାଦି… ଯଦି କେହି ପରୀକ୍ଷାର୍ଥୀଙ୍କୁ ୧୦୦ ରୁ ୧୦୦ ନମ୍ବର ମିଳେ, ତାହେଲେ ଆପଣ ଖୁସି ହୋଇଯିବେ ନିଶ୍ଚୟ । କିନ୍ତୁ ଭାବନ୍ତୁ ଯଦି ତାଙ୍କୁ ୧୦୦ ରୁ ୧୫୧ ନମ୍ବର ମିଳେ ତେବେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କାରଣ ଗୋଟିଏ ପଟେ ଫଳାଫଳକୁ ନେଇ ଚିନ୍ତା ଆଉ ଏପଟେ ଏଭଳି ଭୁଲ୍ ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଜଣେ ଛାତ୍ର ।

ବିହାର ଦରଭଙ୍ଗାର ଲଳିତ ନାରାୟଣ ମିଥିଲା ୟୁନିଭର୍ସିଟିର ଜଣେ ବିଏ ଛାତ୍ରଙ୍କ ସହ ଏଭଳି ହୋଇଛି । ଛାତ୍ରଙ୍କୁ ପରୀକ୍ଷାରେ ଏକ ବିଷୟରେ ୧୦୦ ରୁ ୧୫୧ ନମ୍ବର ମିଳଛି ଯାହାକୁ ଦେଖି ସେ ବୁଝି ପାରିନଥିଲେ ଯେ ସେ ଖୁସି ହେବେ ନା’ ଏହାର ଅଭିଯୋଗ କରିବେ ।

ଲଳିତ ନାରାୟଣ ମିଥିଲା ୟୁନିଭର୍ସିଟିରୁ ବିଏ(ଅନର୍ସ) କରୁଛନ୍ତି, ସେ ଯେତେବେଳେ ମାର୍କସିଟ୍ ରେ ରେଜଲ୍ଟ ଦେଖିଥିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପଲିଟିକାଲ ସାଇନ୍ସ ପେପରରେ ତାଙ୍କୁ ୧୦୦ ରୁ ୧୫୧ ନମ୍ବର ମିଳିଥିଲା, ଯାହା ଠିକ୍ ନୁହେଁ । ଆଉ ରେଜଲ୍ଟକୁ ନେଇ ଉତ୍ସାହିତ ଥିବା ଲଳିତ ମାର୍କସିଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ରେଜଲ୍ଟ କ’ଣ ହୋଇଛି ତାହା ଜାଣିବା ପାଇଁ ଚିନ୍ତାରେ ପଡ଼ିଯାଇଥିଲେ ।

ଶେଷରେ ଛାତ୍ର ନିଜ ମାର୍କସିଟ୍ ଧରି ୟୁନିଭର୍ସିଟି ଯାଇଥିଲେ ଏବଂ ୟୁନିଭର୍ସିଟି ଏହାକୁ ଟାଇପିଂ ଏରର ବୋଲି କହିଥିଲେ ଏବଂ ପରେ ଏହାକୁ ସଂଶୋଧନ କରି ନୂଆ ରେଜଲ୍ଟ ଦେଇଥିଲେ । ସେହି ପରି ଜଣେ ବିକମ୍ ଛାତ୍ରଙ୍କ ସହ ମଧ୍ୟ କିଛି  ଏଭଳି ହୋଇଥିଲା । ତାଙ୍କୁ ଏକ ପରୀକ୍ଷାରେ ଶୂନ ନମ୍ବର ମିଳିଥିଲା ଏବଂ ତାଙ୍କୁ ସେହି ଶୂନ ନମ୍ବର ସହ ପ୍ରମୋଟ୍ କରାଯାଇଥିଲା । ଏହାକୁ ମଧ୍ୟ ଟାଇପିଂ ଏରର କୁହାଯାଇ ସଂଶୋଧନ କରାଯାଇଥିଲା ।

Get real time updates directly on you device, subscribe now.