fbpx

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: PFI ଉପରେ ଘନ ଘନ ରେଡ୍, ୧୦୬ ସଦସ୍ୟ ଗିରଫ…

ନୂଆଦିଲ୍ଳୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ), ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ଲୋକ ଏବଂ ତାଙ୍କ ଠିକଣା ଉପରେ ଘନଘନ ରେଡ୍ କରିଛି । ଦେଶର ୧୫ ରାଜ୍ୟର ୯୩ ସ୍ଥାନରେ ହୋଇଥିବା ଏହି ରେଡ୍ ଅଭିଯାନରେ ଏନଆଇଏ ହିଁ ନୁହେଁ ବରଂ ଅନ୍ୟ ଯାଞ୍ଚ ଏଜେନ୍ସୀ ମଧ୍ୟ ସାମିଲ ଅଛନ୍ତି । ଏହି ରେଡ୍ ସମୟରେ ୧୦୬ ଲୋକଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ସବୁଠୁ ଅଧିକ ୨୨ ଲୋକଙ୍କୁ କେରଳରୁ ଗିରଫ କରାଯାଇଛି । କୁହାଯାଇଛି ଯେ ଏହି ସଂଗଠନ ଟେରର ଫଣ୍ଡିଂ, ଟ୍ରେନିଂ କ୍ୟାମ୍ପ ସଞ୍ଚାଳିତ କରୁଛି । ଯାହାର ଉଦ୍ଦେଶ୍ୟ

ଏହାରି ମଧ୍ୟରେ ପିଏଫଆଇର ପ୍ଲାନ ବି ର ମଧ୍ୟ ଖୁଲାସା ହୋଇଛି । ଯାହାକୁ ସରକାର ବ୍ୟାନ୍ କରିବା ପରେ ମଧ୍ୟରେ ଏହି ସଂଗଠନ ଏହି ନୂଆ ପ୍ଲାନ ଜରିଆରେ ଦେଶରେ ନିଜର ଷଡ଼ଯନ୍ତ୍ରକୁ ରଚିଥିଲା । ପ୍ରକୃତରେ ପିଏଫଆଇ ଏହାର ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ପ୍ରଥମେ ଅନେକ ସଂଗଠନ ପ୍ରସ୍ତୁତ କରିଥିଲା ।  ଯାହାଦ୍ୱାରା ଦେଶରେ ନିଜର ଏଜେଣ୍ଡାକୁ ଜାରି ରଖିବା ପାଇଁ ପିଏଫଆଇ ପୂରା ପ୍ଲାନ୍ ତିଆରି କରିଥିଲା । ଅବଶ୍ୟ ଏହା ଯାଞ୍ଚ ଏଜେନ୍ସୀକୁ ଜଣାପଡ଼ିଥିଲା ଆଉ ଏବେ ପୂରା ଘଟଣା ସାମ୍ନାକୁ ଆସିଛି ।

ପିଏଫଆଇ ଉପରେ ରେଡ୍ କରୁଥିବା ଅଫିସର ଏକ ନ୍ୟୁଜ୍ ଏଜେନ୍ସୀ କୁ କହିଛନ୍ତି ଯେ ଟେରର ଫଣ୍ଡିଂ, ଟ୍ରେନିଂ କ୍ୟାମ୍ପ ଏବଂ ସଂଗଠନରେ ସାମିଲ କରିବା ପାଇଁ ଲୋକଙ୍କୁ ଉସ୍କାଉଥିବା ପିଏଫଆଇ ସଦସ୍ୟ ଉପରେ ଏହି ରେଡ୍ କରାଯାଉଛି । ପିଏଫଆଇ ଦ୍ୱାରା ବିହାର ଫୁଲୱାରୀ ଶରୀଫରେ ଗଜବା-ଏ-ହିନ୍ଦ ସ୍ଥାପିତ କରିବାର ଷଡ଼ଯନ୍ତ୍ର କରାଯାଉଥିଲା । ପିଏଫଆଇ ତେଲଙ୍ଗାନାର ନିଜାମାବାଦରେ ମଧ୍ୟ କରାଟେ ଟ୍ରେନିଂ ନାମରେ ହତିଆର ଚଳାଇବା ଟ୍ରେନିଂ ଦେଉଥିଲା । ସେଠାରେ ମଧ୍ୟ ଏନଆଇଏ ରେଡ୍ କରିୀଛି । ଏହା ବ୍ୟତୀତ କର୍ଣ୍ଣାଟକର ହିଜାବ ବିବାଦ ଏବଂ ପ୍ରବୀଣ ନେତ୍ତରୁ ହତ୍ୟାକାଣ୍ଡରେ ମଧ୍ୟ ପିଏଫଆଇର ସଂପର୍କ ସାମ୍ନାକୁ ଆସିଥିଲା ।

ପିଏଫଆଇ ଏଜେନ୍ସୀଙ୍କ ଠାରୁ ବଞ୍ଚିବା ପାଇଁ ସୋସିଆଲ ଡେମୋକ୍ରାଟିକ୍ ପାର୍ଟୀ ଅଫ୍ ଇଣ୍ଡିଆ । କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ । ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା । ଅଖିଳ ଭାରତୀୟ ଇମାମ ପରିଷଦ । ଅଖିଳ ଭାରତୀୟ କାନୁନୀ ପରିଷଦ । ରିହ୍ୟାବ ଇଣ୍ଡିଆ ଫାଉଣ୍ଡେସନ । ନାସନାଲ କନଫଡେରେସନ ଅଫ୍ ହ୍ୟୁମର ରାଇଟ ଅର୍ଗାନାଇଜେସନ । ସୋସିଆଲ ଡେମୋକ୍ରାଟିକ୍ ଟ୍ରେଡ୍ ୟୁନିୟନ । ଏଚଆରଡିଏଫ ଭଳି ଅନେକ ଦଳ ଗଢ଼ିଥିଲା ।

ଯାଞ୍ଚ ଏଜେନ୍ସୀର ରେଡ ଏବଂ ଗିରଫଦାରୀଙ୍କୁ ନେଇ ପିଏଫଆଇ ଆସନ୍ତାକାଲି  ଶୁକ୍ରବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କେରଳରେ ହରତାଳର ଆହ୍ୱାନ ଦେଇଛି । ପିଏଫଆଇ ନେତୃତ୍ୱର କହିବା ଅନୂଯାୟୀ ସେମାନଙ୍କ ନେତାଙ୍କ ଗିରଫଦାରୀ ବିରୋଧରେ ହରତାଳର ଘୋଷଣା କରାଯାଇଛି । ପିଏଫଆଇର ରେଡ୍ ରେ ସୀତାରାମ ୟେଚୁରୀ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ଏହା ଉପରେ ୟେଚୁରୀ କହିଛନ୍ତି ଯେ ରେଡ୍ କାହିଁକି ହେଉଛି ସରକାର ଜବାବ ଦିଅନ୍ତୁ ।

Get real time updates directly on you device, subscribe now.