fbpx

ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ଦ୍ୱିଗୁଣିତ କରିଥାଏ ହେୟାର ଡାଇ ଓ ଷ୍ଟ୍ରେଟନର: ଆଜିଠୁ ହୁଅ ସାବଧାନ

ଆଜିକାଲି ଅଧିକାଂଶ ଲୋକ କ୍ୟାନସରରେ ପୀଡିତ ହେଉଛନ୍ତି । ମହିଳାମାନେ ବି ବ୍ରେଷ୍ଟ କ୍ୟାନସର ଶିକାର ହେଉଛନ୍ତି । ଯେଉଁ ମହିଳାମାନେ ସ୍ଥାୟୀ ରୂପେ ଚୁଟି କଳାକରିବା ଅଥବା ଷ୍ଟ୍ରେଟନିଂ କରିବା ଲାଗି ହେୟାର ଡାଇ, ରସାୟନର ବ୍ୟବହାର କରୁଛନ୍ତି ସେମାନଙ୍କ ଠାରେ ସ୍ତନ କର୍କଟର ସମ୍ଭାବନା ଅଧିକ ରହିଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଅନଭର୍ଣ୍ଣମେଣ୍ଟାଲ ହେଲ୍‌ଥ ସାଇନ୍ସ (ଏନଆଇଇଏଚ୍ଏସ)ର ଗବେଷକମାନେ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ଗବେଷଣା ସନ୍ଦର୍ଭ ‘ଇଣ୍ଟର ନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସର’ରେ ପ୍ରକାଶିତ ହୋଇଛି ।

ଏମିତିରେ ହେୟାର ଡାଇ ସହ କ୍ୟାନସରର ସମ୍ପର୍କ ଥିବାନେଇ ଆଗରୁ ଚର୍ଚ୍ଚା ହେଉଥିଲା। ହେଲେ ଏ ନେଇ ସ୍ପଷ୍ଟ ପ୍ରମାଣ ନଥିଲା। ହେଲେ ଏବେ ଏନଆଇଏଚଏସ୍‌ର ଗବେଷକ କିନ୍ତୁ ଏ ନେଇ ସ୍ପଷ୍ଟ କରିଦେଇଛନ୍ତି। ଏଥିଲାଗି ଗବେଷକମାନେ ୪୬ ହଜାର ୭୦୯ ଜଣ ମହିଳାଙ୍କ କେସ୍ ଷ୍ଟଡି କରି ଏହି ନିବନ୍ଧ ଉପସ୍ଥାପିତ କରିଛନ୍ତି। ଯେଉଁଥିରେ ହେୟାର ଡାଇ ବ୍ୟବହାର କରୁନଥିବା ମହିଳାଙ୍କ ତୁଳନାରେ ସ୍ଥାୟୀ ରୂପେ ବ୍ୟବହାର କରୁଥିବା ମହିଳାଙ୍କ ଠାରେ ସ୍ତନକର୍କଟର ପ୍ରାୟ ୯ ପ୍ରତିଶତ ଅଧିକ କର୍କଟର ଆଶଙ୍କା ରହୁଥିବା ବେଳେ ଏଥିରେ ଆଫ୍ରିକୀୟ ମହିଳାଙ୍କ ଠାରେ ପ୍ରଭାବ ସବୁଠୁ ଅଧିକ ରହୁଥିବା ଗବେଷକ କହିଛନ୍ତି।

ରସାୟନିକ ଡାଇ ବ୍ୟବହାର ଯୋଗୁ ଶ୍ୱେତାଙ୍ଗୀ ମହିଳାଙ୍କ ତୁଳନାରେ ଆଫ୍ରିକୀୟ କୃଷ୍ଣବର୍ଣ୍ଣା ଅଧିକ ସଂଖ୍ୟାରେ ପ୍ରଭାବିତ ହେଉଥିବା ଜଣାପଡିଛି। ତେବେ ଯେଉଁମାନେ କାଳେବେଳେ କେମିତି ହେୟାର ଡାଇ ବ୍ୟବହାର କରୁଛନ୍ତି ସେମାନଙ୍କ କ୍ଷେତ୍ରରେ କିନ୍ତୁ ଏଭଳି କୌଣସି ସମ୍ଭାବନା ରହୁନଥିବା ପ୍ରଥମ ଥର ଜଣାପଡିଛି। ସେହିପରି ୫ରୁ ୮ ସପ୍ତାହରେ ଥରେ ହେୟାର ଷ୍ଟ୍ରେଟନିଂ କରୁଥିବା ମହିଳାଙ୍କ ଠାରେ ୬୦ ପ୍ରତିଶତ ସ୍ତନ କର୍କଟର ଆଶଙ୍କା ରହୁଥିବା ଗବେଷଣାରୁ ଜଣାପଡିଛି।

Get real time updates directly on you device, subscribe now.