ପଦ୍ମପୁର: ପଦ୍ମପୁରର ଉପନିର୍ବାଚନ ପାଇଁ ପ୍ରଚାର ଏବେ ସରଗରମ । ଏହାରି ମଧ୍ୟରେ ପଦ୍ମପୁର ପାଇକମାଳରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରଚାର ଆରମ୍ଭ କରିଛନ୍ତି । ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତଙ୍କୁ ଭୋଟ୍ ଦେବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି । ଏହା ସହ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି ଯେ, ‘କାଲି ଜାଗା ଦେଲେ, ପହରଦିନ କାମ ହେବ । ଜାଗା ଦେଲେ ବରଗଡ଼ରୁ ନୂଆପଡ଼ା ରେଲୱେ ଲାଇନ୍ କାମ ହେବ । ଜାଗା ଓଡ଼ିଶା ସରକାରଙ୍କର, ନଦେଲେ କାମ କିପରି ହେବ । ଲୋକଙ୍କ ଅଧିକାରକୁ କେହି ଛଡ଼ାଇ ନେଇପାରିବେନି । ମୋଦୀ ଓଡ଼ିଶା ପ୍ରତି ଥିବା ସଂକଳ୍ପକୁ ନିଶ୍ଚିତ ପୂରଣ କରିବେ ।’
ଏହା ସହ ରେଳ ପ୍ରକଳ୍ପକୁ ନେଇ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ‘ ୬୦ ବର୍ଷରେ କଂଗ୍ରେସ ଯାହା କରିନଥିଲା, ତାହା ମୋଦୀ ସରକାର କରୁଛନ୍ତି ।’ ଦାଦନ ପ୍ରସଙ୍ଗ ଉଠାଇ ମଧ୍ୟ ସମାଲୋଚନା କରିଛନ୍ତି ।
ଏହା ସହ ପାଇକମାଳାରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିଛନ୍ତି । ୫ ତାରିଖରେ ପ୍ରଦୀପ ପୁରୋହିତଙ୍କ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ସେ ଅପିଲ କରିଛନ୍ତି ।