fbpx

SBI-HDFC-ICICI ବ୍ୟାଙ୍କର କୋଟି କୋଟି ଗ୍ରାହକଙ୍କ ପାଇଁ ଆସିଲା ନୂଆ ନିୟମ: RBI ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ପକ୍ଷରୁ KYCକୁ ନେଇ ବ୍ୟାଙ୍କଗୁଡିକ ପାଇଁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି । ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଥରେ କେୱାଇସି କରିଛ, ତେବେ ରି-କେୱାଇସି କରିବା ପାଇଁ ଆପଣଙ୍କୁ ପୁଣିଥରେ ଶାଖାକୁ ଯିବାକୁ ପଡ଼ିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ସେଲ୍ଫ ଡିକ୍ଲାରେସନ୍ ଯଥେଷ୍ଟ । ସେହିଭଳି ଆକାଉଣ୍ଟଧାରୀଙ୍କ ଠିକଣା ଇତ୍ୟାଦି ମଧ୍ୟ ଅପଡେଟ୍ କରାଯାଇପାରିବ ।

ଏଥିସହିତ ବ୍ୟକ୍ତିଗତ ଗ୍ରାହକମାନଙ୍କୁ ପଞ୍ଜିକୃତ ଇମେଲ୍‌-ଆଇଡି, ପଞ୍ଜିକୃତ ମୋବାଇଲ ନମ୍ବର, ଏଟିଏମ୍‌, ଅନ୍‌ଲାଇନ ବ୍ୟାଙ୍କିଙ୍ଗ/ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ମୋବାଇଲ ଆପ୍ଲିକେସନ ଭଳି ଡିଜିଟାଲ ଚାନେଲ, ପତ୍ର ଆଦି ଅଣ ମୁହାଁମୁହିଁ ମାଧ୍ୟମଗୁଡିକ ଜରିଆରେ ବ୍ୟାଙ୍କଗୁଡିକ ଆତ୍ମ-ଘୋଷଣା ସୁବିଧା ଯୋଗାଇଦେବାକୁ ଆର୍‌ବିଆଇ ପରାମର୍ଶ ଦେଇଛି। ଏହା ଗ୍ରାହକମାନଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣିଛି। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ଯଦି ଗ୍ରାହକଙ୍କ ଠିକଣାରେ ପରିବର୍ତ୍ତନ ଘଟେ ତେବେ ସେମାନେ ଏଥିମଧ୍ୟରୁ ଯେକୌଣସି ମାଧ୍ୟମରେ ସେ ସମ୍ପର୍କରେ ବ୍ୟାଙ୍କ ଶାଖାକୁ ଜଣାଇପାରିବେ ଏବଂ ବ୍ୟାଙ୍କ ପକ୍ଷରୁ ଦୁଇମାସ ମଧ୍ୟରେ ଗ୍ରାହକଙ୍କ ଦ୍ୱାରା ପ୍ରଦତ୍ତ ଠିକଣା ସମ୍ପର୍କରେ ଯାଞ୍ଚ କରାଯିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ବ୍ୟାଙ୍କଗୁଡିକ ସମୟାନ୍ତରରେ ସମୀକ୍ଷା ଏବଂ ତାଜାତଥ୍ୟ ସଂଗ୍ରହ କରି ଗ୍ରାହକଙ୍କ ସମ୍ପର୍କିତ ରେକର୍ଡ ତାଜା କରିବା ବାଧ୍ୟତାମୂଳକ ହୋଇଥିବାରୁ କେତେକ କ୍ଷେତ୍ରରେ ଗ୍ରାହକଙ୍କ ଠାରୁ ସାନି କେୱାଇସି ଲୋଡିପାରନ୍ତି। କେୱାଇସି ପାଇଁ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର ସଂଖ୍ୟା, ଭୋଟ ପରିଚୟପତ୍ର, ନରେଗାରେ ଜାରି ଜବ୍‌କାର୍ଡ ଆଦିକୁ ବୈଧ କାଗଜାତ୍‌ ଭାବରେ ବିବେଚନା କରାଯାଉଛି। ରିଜର୍ଭ ବ୍ୟାଙ୍କ ଆହୁରି କହିଛି ଯେ ସମୟାନୁସାରେ ବ୍ୟାଙ୍କଗୁଡ଼ିକ ସେମାନଙ୍କର ରେକର୍ଡକୁ ଅପଡେଟ୍ କରିବା ଆବଶ୍ୟକ ।

Get real time updates directly on you device, subscribe now.