fbpx

ଶୀତଦିନେ ରହିବାକୁ ଚାହୁଁଛନ୍ତି କି ଫିଟ୍ ଆଉ ଫାଇନ୍? ସାଙ୍ଗରେ ନେଇକି ଯାଆନ୍ତୁ ଏହି ୭ଟି ଜିନିଷ

ବର୍ତ୍ତମାନର ସମୟ ହେଉଛି ଶୀତଋତୁର ସମୟ । ଏହି ଦିନେ ତ୍ୱାଚା ଶୁଷ୍କ ହେବା, ଫାଟିବା ଆଦି ସମସ୍ୟା ଦେଖାଯାଇଥାଏ । ତେଣୁ ଆମ ଶରୀରର ଯତ୍ନ ଏହି ଦିନେ ଅଧିକ ନେବା ପାଇଁ ପଡ଼ିଥାଏ । ତେବେ ଥଣ୍ଡାକୁ ଶୁଖମୟ କରିବା ପାଇଁ ମହିଳାମାନେ କିଛି ଜିନିଷ ପାଖରେ ରଖିବା ନିହାତି ଆବଶ୍ୟକ । ଯାହା ମହିଳାଙ୍କ ଛୋଟମୋଟ ଆବଶ୍ୟକତାକୁ ପୂରଣ କରିପାରିବ ଏବଂ ହେବାକୁ ଥିବା ଅଶୁବିଧାରୁ ରକ୍ଷା କରିପାରିବ । ତେବେ ଆସନ୍ତୁ ଜାଣିବା ନିଜ ବ୍ୟାଗରେ କେଉଁ ୭ଟି ଜିନିଷ ରଖିବା ଦ୍ୱାରା ଶୀତଦିନ ସୁଖମୟ ହୋଇପାରିବ ।

-ସାଧାରଣତଃ ଶୀତଦିନେ ହଠାତ ପାଗ ବଦଳି ପାରଦ ଖସିଥାଏ । ଏହି ପରିସ୍ଥିତିରେ ଆପଣ ପାଖରେ ଷ୍ଟୋଲ ରଖନ୍ତୁ ଯାହାକୁ କାନରେ ଆବୃତ୍ତ କରି ଶୀତରୁ ନିଜକୁ ରକ୍ଷା କରିପାରିବେ ।

-ଆପଣ ନିଜ ବ୍ୟାଗରେ ଏକ ଛୋଟ ଥର୍ମୋସ୍ ବୋତଲ ରଖିବା ନିହାତି ଆବଶ୍ୟକ । ଯାହାକି ବହୁ ସମୟଧରି ପାଣିକୁ ଗରମ କରି ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଆପଣ ଗରମ ପାଣି ରଖନ୍ତୁ ଏବଂ ଏହାର ସେବନ କରନ୍ତୁ ।

-ଆମ ଶରୀରର ସବୁଠାରୁ କୋମଳ ଅଂଗ ହେଉଛି ଓଠ । ତେଣୁ ବ୍ୟାଗରେ ସର୍ବଦା ଲିପବାମ୍ ରଖିବା ଆବଶ୍ୟକ । ଥଣ୍ଡା ପଡ଼ିବା ମାତ୍ରେ ଆମ ଓଠ ଶୁଖିବାକୁ ଆରମ୍ଭ କରେ କିମ୍ବା ସମୟ ସମୟରେ ଫାଟି ଯାଇ ପୀଡ଼ା ଅନୁଭବ ହୋଇଥାଏ । ତେଣୁ ବ୍ୟାଗରେ ଲିପବାମ୍ ରଖିବା ଦ୍ୱାରା ଆପଣ ନିଜ ଓଠର ଯତ୍ନ ନେଇପାରିବେ ।

-ସେହିପରି ଶୀତଦିନେ ତ୍ୱାଚା ମଧ୍ୟ ଶୂଖିଯାଏ । ଏଥିପାଇଁ କେବଳ ଥରେ ମଇଶ୍ଚରାଇଜର ଲଗାଇବା ଦ୍ୱାରା କାମ ଚଳିନଥାଏ । ତେଣୁ ଆପଣ ନିଜ ବ୍ୟାଗରେ ଏକ ଛୋଟ ମଇଶ୍ଚରାଇଜର ରଖିବା ଆବଶ୍ୟକ ।

-ଯଦିଓ ଶୀତଦିନେ ସୂର୍ଯ୍ୟ କିରଣ ଅଧିକ ପ୍ରବାହିତ ହୁଏ ନାହିଁ, କିନ୍ତୁ ଏହାର UV କିରଣ ଚର୍ମ ଉପରେ ଖରାପ ପ୍ରଭାବ ପକାଇପାରେ । ଏପରି ପରିସ୍ଥିତିରେ, ଆପଣ ନିଜ ବ୍ୟାଗରେ ସନସ୍କ୍ରିନ ବହନ କରିବା ଉଚିତ ଏବଂ ପ୍ରତି ୩ ରୁ ୪ ଘଣ୍ଟା ମଧ୍ୟରେ ଏହାକୁ ନିଜ ତ୍ୱଚାରେ ପ୍ରୟୋଗ କରିବା ଉଚିତ୍ ।

-ଶୀତଦିନରେ ଛିଙ୍କିବା କିମ୍ବା କାଶ ହେବା ସ୍ୱାଭାବିକ । ଏପରି ପରିସ୍ଥିତିରେ, ରୁମାଲ ବଦଳରେ ଟିସୁ ପେପର ରଖନ୍ତୁ ଏବଂ ଛିଙ୍କିବା କିମ୍ବା କାଶ କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ ଏବଂ ବ୍ୟବହାର ପରେ ଫୋପାଡି ଦିଅନ୍ତୁ ।
-ଶୀତଦିନେ ଗଳା ଯନ୍ତ୍ରଣା ମଧ୍ୟ ଦେଖାଯାଏ । ଏପରି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ, ଗଳା ଯନ୍ତ୍ରଣା ଦୂର କରିବା ପାଇଁ ଷ୍ଟ୍ରେପିଲ୍ସ କିମ୍ବା ଭିକ୍ସକୁ ନିଜ ବ୍ୟାଗରେ ରଖନ୍ତୁ ଏବଂ ଆବଶ୍ୟକ ସମୟରେ ପାଟିରେ ପକାଇ ଚୋବାନ୍ତୁ ।

Get real time updates directly on you device, subscribe now.