ସରକାରୀ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର । ଯଦି ଆପଣ ବିନା ପରୀକ୍ଷାରେ ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ତୁରନ୍ତ ଆବେଦନ କରନ୍ତୁ । ଏଠାରେ ୫୯୬ ପଦବୀ ଖାଲିପଡିଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (AAI) ଭର୍ତ୍ତି ମାଧ୍ୟମରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ହେବ। ଜୁନିଅର, ସିଭିଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଆର୍କିଟେକ୍ଚର ପଦ ସାମିଲ ରହିଛି ।
ପଦବୀ ବିବରଣୀ : ୫୯୬
ଜୁନିଅର ଏଗ୍ଜିକ୍ୟୁଟିଭ(ସିଭିଲ) : ୬୨
ଜୁନିଅର ଏଗ୍ଜିକ୍ୟୁଟିଭ(ଇଲେକ୍ଟ୍ରିକାଲ) : ୮୪
ଜୁନିଅର ଏଗ୍ଜିକ୍ୟୁଟିଭ (ଇଲେକ୍ଟ୍ରୋନିକ୍ସ) : ୪୪୦
ଆର୍କିଟେକ୍ଚର : ୧୦
ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ aai.aero କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ଜାନୁଆରୀ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏସନ ପାସ୍ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ୬୦ ପ୍ରତିଶତ ମାର୍କ ଥିବା ଜରୁରୀ । ତାହାଛଡା ପ୍ରାର୍ଥୀଙ୍କ ପାଖରେ ବୈଧ ଗେଟ୍ ପରୀକ୍ଷା ସ୍କୋର କାର୍ଡ ଥିବା ଜରୁରୀ ।
ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହେବା ଜରୁରୀ ।
ମାସିକ ଦରମା : ୪୦,୦୦୦ରୁ ଆରମ୍ଭ ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଗେଟ୍ ୨୦୨୦, ୨୦୨୧ ଏବଂ ୨୦୨୨ରେ ପାଇଥିବା ମାର୍କ ଆଧାରରେ କରାଯିବ । ସର୍ଟଲିଷ୍ଟ ହେବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦୦ ଟଙ୍କା ଭରିବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।