fbpx

ଘନ କୁହୁଡ଼ି ପାଇଁ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ଟି ଜିଲ୍ଲା ଗୁଡ଼ିକ ହେଉଛି- ଅନୁଗୁଳ, ଜଗତସିଂହପୁର, ଢ଼େଙ୍କାନାଳ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, କୋରାପୁଟ । ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ତେବେ ରାଜ୍ୟ ଉପରେ ଏକ ଗୁରୁଚାପ-ବଳୟ ପ୍ରଭାବ ରହିଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ କୁହୁଡ଼ିର ଘନତ୍ୱ ଅଧିକ ରହୁଛି। ଯହାଦ୍ୱାରା ମଧ୍ୟରାତିରୁ ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳରେ ସମସ୍ୟା ହେଉଛି।

Get real time updates directly on you device, subscribe now.