fbpx

ଗ୍ରୀଷ୍ମ ଛୁଟିରେ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘୋଷଣା

ଭୁବନେଶ୍ୱର: ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟି ପରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକୁ ନେଇ କ୍ଷେତ୍ରରେ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସଂଶୋଧିତ ସୟ ସୀମା ଅନୁଯାୟୀ ଓ ପୂର୍ବରୁ ଜାରି ହୋଇଥିବା ଗ୍ରୀଷ୍ମ ପ୍ରବାହ ପ୍ରୋଟୋକଲ ପାଳନ କରି ପୂର୍ବପରି କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଉଛି ।

ଖରାକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମକାଳୀନ ଅବକାସ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା କରିଛନ୍ତି । ସମସ୍ତ ସ୍କୁଲ ୧ମରୁ ୧୦ ଯାଏ ଗ୍ରୀଷ୍ମଛୁଟି ପାଇଁ ବନ୍ଦ ରହିବ । ହେଲେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ନାହିଁ । ପ୍ରତ୍ୟେକ କାର୍ଯଦିବସରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସବୁ ଅଙ୍ଗନବାଡି ଖୋଲିବ । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଛୁଟିଦିନ ବ୍ୟତୀତ ଅନ୍ୟ ଦିନରେ ଖୋଲା ରହିବ ଅଙ୍ଗନବାଡ଼ି । ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି ।

Get real time updates directly on you device, subscribe now.