fbpx

ସୁନା ପିନ୍ଧନ୍ତୁ ଏହି ୪ ରାଶିର ଲୋକେ: ଚେଇଁଉଠିବ ଶୋଇପଡିଥିବା ଭାଗ୍ୟ, ହୋଇଯିବେ ମାଲାମାଲ

ଗ୍ରହ ଦୋଷ କାଟିବା ପାଇଁ ଅନେକ ଦେବୀ-ଦେବତାଙ୍କୁ ସୁନା ଦାନ କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼ିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ ।ବାସ୍ତୁ ଅନୁଯାୟୀ ଏହି ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ ଲାଭବାନ ହୋଇଥା’ନ୍ତି। ଜାଣନ୍ତୁ ଏହି ୪ଟି ରାଶି ସମ୍ପର୍କରେ….

ସିଂହ ରାଶି:
ବାସ୍ତୁ ଅନୁସାରେ ଏହା ହେଉଛି ଅଗ୍ନି ତତ୍ତ୍ୱର ରାଶି। ଏହାର ସ୍ୱାମୀ ସୂର୍ଯ୍ୟଙ୍କ ସହିତ ସୁନାର କାରକ ଗୁରୁ ଗ୍ରହର ମିତ୍ର ଭଳି ସଂପର୍କ ରହିଥାଏ। ତେଣୁ ଏହି ରାଶିର ବ୍ୟକ୍ତିମାନେ ସୁନା ଅଳଙ୍କାର ପିନ୍ଧିଲେ ଭଲ। ଅତିକମ୍‌ରେ ଆଙ୍ଗୁଠିରେ ସୁନା ମୁଦିଟିଏ ପିନ୍ଧିଲେ ବି ଶୁଭଫଳ ପ୍ରାପ୍ତି ହୁଏ।

କର୍କଟ:
ଏହି ରାଶିର ଲୋକଙ୍କ ଇଚ୍ଛା ପୂରଣ କରିବାରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୁନା ଧାରଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

କୁମ୍ଭ:

ସୁନା ମୁଦି, ଚେନ୍ ଆଦି ପିନ୍ଧିଲେ ଏହି ରାଶି ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ। ରୋଗ ଓ ଶତ୍ରୁଙ୍କଠାରୁ ବି ସୁରକ୍ଷା ମିଳେ। ସୁନାର ଅନ୍ୟାନ୍ୟ ଆଭୂଷଣ ଅପେକ୍ଷା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କୁ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ମକର:
ବାସ୍ତୁ ଅନୁସାରେ ମକର ରାଶିର ବ୍ୟକ୍ତିମାନେ ସୁନାର ଆଭୂଷଣ ଧାରଣ କଲେ ସବୁ କାର୍ଯ୍ୟ ଶୀଘ୍ର ହୋଇଥାଏ। କିନ୍ତୁ ମନେ ରଖନ୍ତୁ ଏହି ରାଶିର ବ୍ୟକ୍ତିମାନେ ପାଦରେ କୌଣସି ସୁନା ଆଭୂଷଣ ଧାରଣ କରନ୍ତୁ ନାହିଁ।

Get real time updates directly on you device, subscribe now.