fbpx

ଓଡ଼ିଶା ଆଗରେ ରହିଛି, ରାଜ୍ୟରେ ବେକାରୀ ସଂଖ୍ୟା କମୁଛି: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି । ବେକାରୀ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ଲାଭ କରିଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କ ଟ୍ରେନିଂ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ୧୧ଟି ଆଇଟିଆଇ ଖୋଲାଯିବା ସହିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସଂପ୍ରକରଣ ଓ ନବୀକରଣକୁ ଗୁରୁତ୍ୱ ଦିଆଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିବା ପରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ । ସେହିପରି ରାଜ୍ୟର ପିଲାଙ୍କ ପଛରେ ଚାକିରି ଗୋଡ଼ାଇବ । ଓଡ଼ିଶାର ପିଲାଙ୍କ ଦକ୍ଷତା ବିକାଶ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରଯାଇଛି । ଏଥିସହିତ ବୈଷୟିକ ଶିକ୍ଷା ପାଇଁ ରାଜ୍ୟରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ଅନ୍ୟ ଏକ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୨ ତାରିଖରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ନିଜ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟର ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଥିଲା । ଆସନ୍ତା ୨୯ ତାରିଖରେ ନବୀନଙ୍କ ପଞ୍ଚମ ପାଳିର ୪ବର୍ଷ ପୂରଣ ହେବ । ଏହି ଅବସରରେ ସରକାର ସବୁ ବିଭାଗର ସଫଳତାର ରିପୋର୍ଟ ମଗାଯାଇଥିଲା । ଗତ ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ୨୩ରେ ଜଙ୍ଗଲ ଓ ପରିବେଶ, ୨୪ରେ ପଞ୍ଚାୟତିରାଜ ଓ ବାଣିଜ୍ୟ ପରିବହନ, ୨୫ରେ ଜଳସମ୍ପଦ ଓ ଉଚ୍ଚଶିକ୍ଷା, ୨୬ରେ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.