ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍‌ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୩ଜଣ ଡିଏସ୍‌ପି ଏବଂ ୩ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ପ୍ରଦୀପଙ୍କ ପୈତୃକ ଗାଁ ବେଲଟୁକୁରିସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି। ପୂର୍ବରୁ ନିଜ ଗାଁର ସମବାୟ ସମିତିରେ ସେ ସମ୍ପାଦକ ଥିଲେ। ବର୍ତ୍ତମାନ ପଦୋନ୍ନତି ପାଇ କୋମନାରେ କାର୍ଯ୍ୟରତ ଅଛନ୍ତି।