fbpx

(Video)ମୋତେ ତ ସବୁ ଝିଅ ଭଲ ଲାଗନ୍ତି, ୫ ନୁହେଁ ୫୦୦ ଯୁବତୀ ମୋର ପସନ୍ଦ, ଭାଇରାଲ୍ ହେଉଛି ସୋଏବ ମଲ୍ଲିକଙ୍କ ଥ୍ରୋ ବ୍ୟାକ୍ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ମଧ୍ୟରେ ତଲାକ ହୋଇଯାଇଛି । ଏହାପର ଠାରୁ ଉଭୟେ ଚର୍ଚ୍ଚାରେ ରହିଛନ୍ତି । ସୋଏବ ତୃତୀୟ ବିବାହ କରିଛନ୍ତି । ସେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ତୃତୀୟ ବିବାହ କରିଛନ୍ତି ଓ ଏହାର ଫଟୋ ସେ ନିଜେ ସେୟାର କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ୪୧ ବର୍ଷୀୟ ପୂର୍ବତନ ପାକିସ୍ତାନୀ କ୍ୟାପଟେନ୍ ସୋଏବ ମଲ୍ଲିକଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ଭିଡିଓରେ ସୋଏବ ପୂର୍ବ ପାକିସ୍ତାନୀ ବ୍ୟାଟସମ୍ୟାନ୍ ସୋଏବ ଅଖତାରଙ୍କ ଏକ ଟକ୍ ଶୋ’ରେ ନଜର ଆସୁଛନ୍ତି ଓ ଅଖତାରଙ୍କ ପ୍ରଶ୍ନର ଫଟାଫଟ୍ ଉତ୍ତର ରଖୁଥିବାର ଦେଖାଯାଉଛି । ଏହି ସମୟରେ ଅଖତାର ତାଙ୍କୁ ପଚାରୁଛନ୍ତି ସେହି ୫ ଯୁବତୀଙ୍କ ନାମ କୁହ ଯାହାଙ୍କୁ ଆପଣ ପସନ୍ଦ କରୁଛନ୍ତି, ଯିଏ ଆପଣଙ୍କ ହୃଦୟରେ ଘର କରିଛନ୍ତି । ଉତ୍ତରରେ ସୋଏବ କହିଛନ୍ତି ମୋତେ ଝିଅମାନେ ବହୁତ ପସନ୍ଦ । ୫ ନୁହେଁ ମୁଁ ୫୦୦ ଯୁବତୀଙ୍କୁ ପସନ୍ଦ କରୁଛି । ମୋର ପୁଅମାନଙ୍କ ସହିତ ନୁହେଁ ଝିଅମାନଙ୍କ ସହ ଅଧିକ ଭଲ ପଡିଥାଏ । ଏହି ସମୟରେ ଅଖତାର କିଛି ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ କହୁଛନ୍ତି । ଏହାଶୁଣି ସୋଏବ କହୁଛନ୍ତି ଏମାନଙ୍କ ବ୍ୟତିତ ଯେଉଁମାନେ ରହିଲେ ସେମାନଙ୍କ ସହ ମୋର ସଂପର୍କକୁ କ’ଣ ଆପଣ ତୁଟାଇଦେବେ କି ? ମୋତେ ତ ସମସ୍ତ ଝିଅ ଭଲ ଲାଗନ୍ତି ।

Get real time updates directly on you device, subscribe now.