fbpx

ବଡ଼ଧରଣର ବିସ୍ଫୋରଣ; ୬୦ରୁ ଅଧିକ ଘରେ ଲାଗିଲା ନିଆଁ, ୧୧ ମୃତ

ଭୋପାଲ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ କାର୍ଯ୍ୟ କରୁଥିବା ଏକ ବେଆଇନ ବାଣ କାରଖାନାରେ ଏକାଧିକ ବିସ୍ଫୋରଣ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ଏବଂ ପୋଡି ଯାଇଥିବା ଲୋକଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ହରଦା ବୈରାଗଡ଼ ଅଞ୍ଚଳରେ ମଗରଧା ରୋଡର ପାଖାପାଖି ଏକ ଆବସୀୟ ବସ୍ତି ସହ ରହିବା ସହ ଏକ ବାଣ ଫ୍ୟାକ୍ଟ୍ରି ସଂଚାଳିତ ହେଉଛି । ତେବେ ଏହି ବିସ୍ଫୋରଣ ପରେ ଅନେକ ଘରେ ନିଆଁ ଲାଗିଯାଇଛି । ଆକାଶରେ ନିଆଁ ଏବଂ ଧୂଆଁ ଦେଖିବାକୁ ମିଳିଛି । ଏହି ନିଅଁ ଭୟଙ୍କର ରୂପ ଧାରଣ କରି ଅନେକ ଘରକୁ ମଧ୍ୟ ପ୍ରଭାବିତ କରିଛି ।

କୁହାଯାଉଛି ଯେ, ଏହି କାରଖାନାରେ ଅନେକ ଲୋକେ ଫସିରହିଛନ୍ତି । ବାଣ କାରଖାନା ଭିତରେ ଲଗାତାର ଭାବେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏନଡିଆରଏଫ ଏବଂ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଯାଇଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡକାଇଛନ୍ତି ।

Get real time updates directly on you device, subscribe now.