ପେପର ଲିକ କରୁଥିବା ଲୋକଙ୍କର ଆଉ ତ୍ରାହି ନାହିଁ! ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ବିଲ୍, ମିଳିବ ଏପରି ଦଣ୍ଡ
ନୂଆଦିଲ୍ଲୀ: ଲୋକସଭାରେ ସର୍ବସାଧାରଣ ପରୀକ୍ଷା ବିଲ୍ ପାରିତ ହୋଇଛି। ଏହି ବିଲର ମୂଳ ଉଦ୍ଦେଶ୍ୟ ହେଉଛି ପେପର ଲିକର ଉପରେ କଟକଣା ଲଗାଇବା। ଏହି ବିଲରେ ବହୁତ କଠୋର ବ୍ୟବସ୍ଥା କରାଯାଇଛି।
ଏହି ବିଲ୍ ଅନୁଯାୟୀ, ଯଦି ପେପର ଲିକ୍ ପାଇଁ କିଏ ଦୋଷୀ ସାବ୍ୟସ୍ତ ହୁଏ ତେବେ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା ହେବ। ଯଦି ଜଣେ ବ୍ୟକ୍ତି ଅନ୍ୟ ପ୍ରାର୍ଥୀଙ୍କ ସ୍ଥାନରେ ପରୀକ୍ଷା ପାଇଁ ଦେବାକୁ ଯାଆନ୍ତି ଏବଂ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୩ ରୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ।
ଏହି ବିଲ ମାଧ୍ୟମରେ ୟୁପିଏସସି, ଏସଏସସି, ଆଦି ପ୍ରବେଶିକା ପରୀକ୍ଷାମାନ ଏବଂ ଏନଇଇଟୀ, ଜେଇଇ ଏବଂ ସିୟୁଇଟି ପରି ପ୍ରବେଶିକା ପରୀକ୍ଷାରେ ପେପର ଲିକର ଘଟଣାମାନ ଯାଞ୍ଚ କରାଯିବ । ଏଥିରେ ହେଉଥିବା ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ପାଇଁ ନ୍ୟୁନତମ ୩ରୁ ୫ ବର୍ଷ ଜେଲ ଦଣ୍ଡ ପାଇଁ ପ୍ରସ୍ତାବ ମିଳିଛି ଏବଂ ଦୁର୍ନୀତି ସଂଗଠିତ ଅପରାଧରେ ସାମିଲ ଥିବା ଲୋକଙ୍କୁ ପାଞ୍ଚରୁ ୧୦ ବର୍ଷ କାରାଗାର ଏବଂ ୧ କୋଟି ଟଙ୍କାର ଜରିମାନା ଦେବାକୁ ପଡିବ ।
କେନ୍ଦ୍ର ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ବିଦାୟକଙ୍କ ଆବଶ୍ୟକତା ଏବଂ ମହତ୍ତ୍ୱ ବିଷୟରେ ବିସ୍ତାର ଭାବେ କହିଛନ୍ତି ଯେ, ପୂର୍ବ କିଛି ବର୍ଷରେ ପ୍ରଶ୍ନପତ୍ର ଲିକ ହେବା ଏବଂ ସଂଗଠିତ ନକଲି କାରଣ ପାଇଁ ପରୀକ୍ଷାମାନ ରଦ୍ଧ ହେବା ପରେ ଲକ୍ଷାଧିକ ଛାତ୍ରଙ୍କ ହିତ ପ୍ରବାବିତ ହୋଇଛି ।