fbpx

ଶୁକ୍ରଙ୍କ ରାଶି ପରିବର୍ତ୍ତନରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଖକୁ ଆସିବ ଅଜସ୍ର ଟଙ୍କା, ଜାଣନ୍ତୁ କ’ଣ କ’ଣ ପାଇବେ ଲାଭ

ଓଡ଼ିଶା ଭାସ୍କର: ଶୁକ୍ର ଗ୍ରହ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଆନ୍ତି । ଏହି ଗ୍ରହ ସୁଖ-ସମୃଦ୍ଧି, କାମ ସୁଖ ଆଦିକୁ ପ୍ରଭାବିତ କରିଥାଏ । ଯେଉଁ କୁଣ୍ଡଳୀରେ ଏହି ଗ୍ରହ ଶୁଭ ସ୍ଥିତିରେ ଥାଏ ତାଙ୍କୁ ନିଜ ଜୀବନରେ ଧନର ଅଭାବ ହୋଇନଥାଏ । ବର୍ତ୍ତମାନ ଏହି ଗ୍ରହ ମେଷ ରାଶିରେ ରହିଛି । ୧୯ ମେ ରେ ଏହା ମେଷ ରାଶିରୁ ବାହାରି ବୃଷରେ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ଏହାର ପ୍ରଭାବ ୪ଟି ରାଶିର ଲୋକଙ୍କ ଉପରେ ପଡିବ । ଏମାନଙ୍କୁ ଧନ ଲାଭ ସହ ଅନ୍ୟ ଫାଇଦା ମଧ୍ୟ ହେବ । ଆସନ୍ତୁ ଜାଣିବା..

ବୃଷ: ଏହି ରାଶିରେ ଶୁକ୍ର ଗ୍ରହରେ ପ୍ରବେଶ କରିବାକୁ ଯାଉଛି । ଏହି ରାଶିରେ ପୂର୍ବରୁ ଗୁରୁ ସ୍ଥିତି ରହିଛି । ଗୁରୁ ଏବଂ ଶୁକ୍ରର ଯୋଗ ହେବା ସହ ଏହି ରାଶିର ଲୋକଙ୍କ ପାଇଁ ଡବଲ ଫାଇଦା ହେବ । ଅଚାନକ ଧନ ଲାଭ ହୋଇପାରେ । ଅଟକି ଥିବା ଟଙ୍କା ମଧ୍ୟ ପ୍ରାପ୍ତ ହେବ । ଇନଭେଷ୍ଟମେଣ୍ଟ ପାଇଁ ଏହି ସମୟ ଅଧିକ ଅନୁକୂଳ ରହିବ । ଅନେକ ଭଲ ଖବର ମିଳିବାରେ ପରିବାରେ ଖୁସି ରହିବ ।

ସିଂହ: ଶୁକ୍ର ପରିବର୍ତ୍ତନରେ ଏହି ରାଶିର ଲୋକଙ୍କ ଚାକିରିରେ ପ୍ରଶାସନିକ ଏବଂ ଇନକ୍ରିମେଣ୍ଟ ହୋଇପାରେ । ସନ୍ତାନ ସହ ଜଡିତ ଅନେକ ଭଲ ଖବର ସେମାନଙ୍କ ଚିନ୍ତା ଦୂର କରିପାରିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ମଧ୍ୟ ଦୂର ହେବ । ଚାକିରିରେ ଅଧିକାରୀ ତାଙ୍କ କାମରେ ଖୁସି ରହିବେ । ଅତିରିକ୍ତ ଧନ ଲାଭ ହେବାରେ ଆର୍ଥିକ ସମସ୍ୟା କିଛି ପରିମାଣରେ କମ ହୋଇପାରେ ।

ତୁଳା: ଏହି ରାଶିର ଯେଉଁ ଲୋକେ ବେରୋଜଗାର ଅଛନ୍ତି ସେମାନଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି । ସନ୍ତାନମାନଙ୍କୁ କିଛି ବଡ଼ ଉତ୍ପାଧି ମିଳିପାରେ । ବିସନେସରେ ଅନେକ ବଡ଼ ଡିଲ ହୋଇପାରେ, ଯେଉଁଥିରେ ବଡ଼ ଆଶ୍ୱସ୍ତି ମିଳିପାରେ । ସ୍ୱାସ୍ଥ୍ୟ ପୂର୍ବ ତୁଳନାରେ ଭଲ ରହିବ । ସ୍ୱାମୀ-ସ୍ତ୍ରୀଙ୍କ ସମ୍ବନ୍ଧରେ ସୁଧାର ଆସିବ ।

କୁମ୍ଭ: ଏହି ରାଶିର ଲୋକଙ୍କୁ ଶୁକ୍ର ରାଶି ପରିବର୍ତ୍ତନରେ ଅନେକ ଭଲ ଖବର ମିଳିପାରେ । ଚାକିରି ବିଜନେଓ ପରିସ୍ଥିତି ଭଲ ହେବ । ସେୟାର ବଜାର ସହ ଜଡିତ ଲୋକଙ୍କୁ ଅଚାନକ ଫାଇଦା ମିଳିବ । ଘର-ପରିବାରରେ ଅନେକ ମଙ୍ଗଳ କାର୍ଯ୍ୟର ଯୋଗ ମଧ୍ୟ ଗଠନ ହେଉଛି । ମାଆ-ବାପାଙ୍କ ସହଯୋଗରେ ଅଟକିଥିବା ଅନେକ କାମ ଏହି ସମୟରେ ପୂରା ହୋଇପାରେ ।

Get real time updates directly on you device, subscribe now.