ଇସ୍ତଫା ଦେବେ ୟୁପି ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧରୀ: ଦଳର ଖରାପ ପ୍ରଦର୍ଶନ ପରେ ନିଜକୁ ଦାୟୀ କଲେ

ନୂଆଦିଲ୍ଲୀ: ନିକଟରେ ଘୋଷିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ସର୍ବାଧିକ ଆସନ ପାଇଥିଲେ ହେଁ ୨୭୨ ମ୍ୟାଜିକ୍ ନମ୍ବରଠାରୁ ପଛରେ ରହିଯାଇଥିଲା । ତେବେ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ଦଳ ଆଶାନୁରୂପ ସଫଳତା ପାଇନଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ୟୁପି ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦଳର ଖରାପ ପ୍ରଦର୍ଶନ ପରେ ନିଜକୁ ଦାୟୀ କରି ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ହାସଲ କରିଥିଲେ ହେଁ ୨୭୨ ବହୁମତ ଠାରୁ ଦୂରେଇ ରହିଥିଲା । ଏହା ପଛର ଏକ ବଡ଼ କାରଣ ହେଉଛି ୟୁପିରେ ଦଳର ବିଫଳତା । ରାଜ୍ୟର ମୋଟ ୮୦ଟି ଆସନ ମଧ୍ୟରୁ ଦଳ ମାତ୍ର ୩୩ଟି ଆସନ ମଧ୍ୟରେ ସୀମିତ ରହିଥିଲା । ଅପରପକ୍ଷେ ସମାଜବାଦୀ ପାର୍ଟି ସର୍ବାଧିକ ୩୬ଟି ଆସନରେ ପରାସ୍ତ ହୋଇଥିଲା । ତେଣୁ ୟୁପିରେ ଦଳର ବିଫଳତା ପରେ ଭୂପେନ୍ଦ୍ର ନିଜକୁ ଦାୟୀ କରି ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ସେ ନିଜର ଇସ୍ତଫା ପତ୍ର ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଇବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.