fbpx

ପୁଣି ଶସ୍ତା ହୋଇଗଲା ସୁନା ଏବଂ ରୂପା, ଜାଣନ୍ତୁ ଆଜି ୧୦ ଗ୍ରାମ ୨୨ କ୍ୟାରେଟ୍ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ଆଜି (ଅଗଷ୍ଟ ୦୬, ୨୦୨୪) ଭାରତୀୟ ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । ତେବେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାରରୁ ଅଧିକ ରହିଛି । ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୮ ହଜାରରୁ ଅଧିକ ରହିଛି ।

ଜାତୀୟ ସ୍ତରରେ ୯୯୯ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮୯୦୪ ଟଙ୍କା ରହିଥିବା ବେଳେ ୯୯୯ ଶୁଦ୍ଧ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୮୪୪୪ ଟଙ୍କା ରହିଛି ।

ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ସୋମବାର (ଅଗଷ୍ଟ ୫) ସନ୍ଧ୍ୟାରେ ୨୪ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୬୯୧୧୭ ଟଙ୍କା ଥିଲା, ଯାହା ଆଜି ୬ ଅଗଷ୍ଟ ୨୦୨୪ ସକାଳେ ୬୮୯୦୪ ଟଙ୍କାକୁ ଖସି ଆସିଛି । ସେହିଭଳି ଶୁଦ୍ଧତା ଆଧାରରେ ଉଭୟ ସୁନା ଓ ରୂପା ଶସ୍ତା ହୋଇଛି ।

ସୁନା ଓ ରୂପା ମୂଲ୍ୟରେ ହ୍ରାସ ହେବାର କାରଣ କ’ଣ?

ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ କଷ୍ଟମ୍ ଶୁଳ୍କକୁ ୬ ପ୍ରତିଶତକୁ ହ୍ରାସ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତାବ ଦେଇଛନ୍ତି । ଏହା ବ୍ୟତୀତ ପଲିଥିନ୍ ପାଇଁ କଷ୍ଟମ୍ ଡ୍ୟୁଟି ୬.୪ ପ୍ରତିଶତକୁ ହ୍ରାସ କରାଯାଇଛି । ସୁନା, ରୂପା ଏବଂ ପ୍ଲାଟିନମ୍ ମୂଲ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.