fbpx

ଗୃହରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା

ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତାଳଗଛ ଲଗାଇବାରେ ସମସ୍ତ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଆଜି ନିବେଦନ କରିଛନ୍ତି ।

ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧରଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଯଥେଷ୍ଟ ପାଣ୍ଠି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି । ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି। ବଜ୍ରପାତ ଜନିତ ମୃତ୍ୟୁ ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ପାଇଁ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ।

Get real time updates directly on you device, subscribe now.