କାନାଡା ପୁଣି ଓଗାଳିଲା ବିଷ! ବୈଦେଶିକ ମନ୍ତ୍ରୀ କହିଲେ- ‘ଆମ ପାଖେ ସମସ୍ତ ପ୍ରମାଣ ଅଛି’

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ସଂପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି। ସୋମବାର ଦିନ ଭାରତ କାନାଡାର ଛଅ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଏହା ବ୍ୟତୀତ ଭାରତ କାନାଡାରୁ ନିଜ ହାଇ କମିଶନର ଏବଂ ଟାର୍ଗେଟରେ ଥିବା ଅନ୍ୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କୁ ଡାକିବାର ଘୋଷଣା କରିଛି। ଏହାରି ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜୋଲୀ ବଡ଼ ବିବୃତ୍ତି ଜାରି କରିଛନ୍ତି। ସେ ଅନୁରୋଧ କରିଛନ୍ତି ଯେ, ଭାରତ ସରକାର ଦୁଇ ଦେଶର ଫାଇଦା ପାଇଁ ଏହି ତଦନ୍ତର ସମର୍ଥନ କରନ୍ତୁ।

କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜୋଲୀ କହିଛନ୍ତି ଯେ, ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ଭାରତ ଦ୍ୱାରା ଘୋଷିତ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ରୟାଲ କାନାଡିୟାନ ମାଉଁଟେଡ ପୋଲିସ ଦ୍ୱାରା ଏକତ୍ର କରାଯାଇଥିବା ପ୍ରମାଣର ଆଧାରରେ କରାଯାଇଥିଲା। ଭାରତରେ ଏହି ତଦନ୍ତର ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.