HUL ଶେୟାରହୋଲ୍ଡର୍ସଙ୍କୁ ମିଳିବ ବଡ଼ ଉପହାର ! ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବ କମ୍ପାନୀ

ନୂଆଦିଲ୍ଲୀ: ବିଶିଷ୍ଟ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌(HUL) ଏହାର ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରିବା ନେଇ ଘୋଷଣା କରିଛି । କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି ଅକ୍ଟୋବର ୨୩ରେ ହୋଇଥିବା ବୋର୍ଡ଼ ଅଫ୍ ଡିରେକ୍ଟର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । SEBIର ଲିଷ୍ଟିଂ ରେଗୁଲେସନ୍ ଏବଂ ଅନ୍ୟ ନିୟମ ଅନ୍ତର୍ଗତ ବୋର୍ଡ଼ ବିଚାର କରିବା ପରେ ଡିସକ୍ଲୋଜର ସହ ଅନ୍ୟାନ୍ୟ ଘୋଷଣା କରାଯିବ ।

ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ରେଗୁଲେଟୋରି ଫାଇଲିଂ ସମୟରେ କମ୍ପାନୀ କହିଥିଲା ଯେ ସମସ୍ତ ଶେୟାରହୋଲ୍ଡର୍ସଙ୍କ ପାଇଁ ସର୍ବାଧିକ ମୂଲ୍ୟ ସୃଷ୍ଟି କରିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସ୍ୱାଧୀନ କମିଟିର ସୁପାରିଶ ଆଧାରରେ କମ୍ପାନୀର ବୋର୍ଡ଼ ନିଷ୍ପତ୍ତି ନେବେ କି ଆଇସକ୍ରିମ ବ୍ୟବସାୟକୁ କିପରି ପୃଥକ କରାଯିବ । ଆଇସକ୍ରିମ ବ୍ୟବସାୟର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ସେପ୍ଟେମ୍ବର ୨୦୨୪ରେ ସ୍ୱାଧୀନ ଡାଇକେକ୍ଟର୍ସଙ୍କ ଏକ କମିଟି ଗଠନ କରାଯାଇଥିଲା । ସ୍ୱାଧୀନ ଡାଇକେକ୍ଟର୍ସଙ୍କ ଏଭଳି ନିଷ୍ପତ୍ତି ପଛରେ ପ୍ରମୁଖ କାରଣ ହେଉଛି ଆଇସକ୍ରିମ୍ ବ୍ୟବସାୟ HUL ଟର୍ଣ୍ଣଓଭରରେ ୩% ଯୋଗଦାନ ରହିଛି ଯାହା ଏକ ହାଇ ଗ୍ରୋଥ୍ କ୍ୟାଟେଗୋରୀ ଅନ୍ତର୍ଗତ ଆସୁଛି । ଏହାର ପୂର୍ଣ୍ଣ କ୍ଷମତାକୁ ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିବେଶ ଆବଶ୍ୟକ । ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଅନୁଯାୟୀ ଏହି ପୋର୍ଟଫୋଲିଓର ପୁନର୍ଗଠନରୁ କମ୍ପାନୀକୁ ଏହାର ମୂଳ(core) ବ୍ୟବସାୟ ଉପରେ ଫୋକସ୍ କରିବାରେ ସହାୟକ ହେବ । ଏହା ସହ ପ୍ରମୁଖ୍ୟ ବ୍ୟବସାୟ ଯେପରି ବ୍ୟୁଟି, ଫୁଡ୍ସ, ହେଲ୍ଥ ଏବଂ ୱେଲବିଙ୍ଗ୍ ଭଳି ଟ୍ରେଣ୍ଡିଂ ଡିମାଣ୍ଡ ଭଳି ସ୍ପେସରେ ନିଜ ସ୍ଥାୟିତ୍ୱକୁ ଆହୁରି ମଜବୁତ କରିପାରିବ । ଫଳରେ ଆଇସକ୍ରିମ ବ୍ୟବସାୟକୁ ଅଧିକ ଫ୍ଲେକ୍ସିବିଲିଟି ଏବଂ ଫୋକସ ସହ ଚଳାଇବାରେ ସାହାଯ୍ୟ କରିବ ।