ନୂଆଦିଲ୍ଲୀ: ବର୍ତ୍ତମାନ ଲୋକେ ବ୍ୟସ୍ତ ବହୁଳ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କ ଜୀବନ କାମରେ ଆରମ୍ଭ ହୋଇ କାମରେ ଶେଷ ହୋଇଯାଉଛି । ଅଧିକାଂଶ ଲୋକେ ସକାଳୁ ଲ୍ୟାପଟପକୁ ନେଇ ସଂଧ୍ୟା ଯାଏଁ ବସୁଛନ୍ତି । ଲ୍ୟାପଟପରୁ ଫ୍ରି ହେବା ପରେ ଫୋନରେ ଚିପକି ଯାଉଛନ୍ତି । ଅନେକ ଲୋକେ ନିଜ ଲାଇଫଷ୍ଟାଇଲ ପାଇଁ ଏହି ସମସ୍ୟା ଭୋଗୁଛନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଜାଣିବା..
ଆପଣ ଜାଣିଛନ୍ତି କି ବ୍ୟସ୍ତ ବହୁଳ ସମୟ ବ୍ୟତୀତ ମୁଣ୍ଡ ବିନ୍ଧା ପାଇଁ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ଶରୀରରେ ଭିଟାମିନ ଅଭାବ କାରଣରୁ ମଧ୍ୟ ବୁଣ୍ଡ ବିନ୍ଧା ହୋଇଥାଏ । ଯଦି ଆପଣଙ୍କର ଭିଟାମିନ ଅଭାବ ଅଛି ତେବେ ଆପଣଙ୍କର ମୁଣ୍ଡ ବାରମ୍ବାର ବିନ୍ଧା ହେବ ।
ଭିଟାମିନ ଡି, ବ୍ରେନ ଆକ୍ଟିଭିଟୀ ଏବଂ ନ୍ୟୁରଲ ଫଙ୍ଗସନକୁ ପ୍ରଭାବିତ କରିଥାଏ । ଏହା ଯଦି ଆପଣଙ୍କ ଶରୀରରେ କମ ଅଛି ତେବେ ଆପଣଙ୍କ ମୁଣ୍ଡ ବାରମ୍ବାର ବିନ୍ଧା ହେବ । ବେଳେ ବେଳେ ଏପରି ଅବସ୍ଥା ବିଗିଡିଯାଏ, ମାଇଗ୍ରେନର ସମସ୍ୟା ହୋଇଥାଏ । ଏହି ଭିଟାମିନ ଡି ସୂର୍ଯ୍ୟ କିରଣରେ ପ୍ରଚୁର ମାତ୍ରାରେ ଥାଏ । ସୂର୍ଯ୍ୟ କିରଣରେ ଠିଆ ହେବା ସହ ନିଜ ଡାଏଟରେ ମଧ୍ୟ ଅଳ୍ପ ପରିବର୍ତ୍ତନ କରି ମୁଣ୍ଡବିନ୍ଧାକୁ କମାଇପାରିବେ ।
ଭିଟାମିନ ‘ଡି’ର ହ୍ରାସ ପୂରଣ କରିବା ଲାଗି ଆପଣ କ୍ଷୀର, ଦହି, ପନୀର, କମଳା, କଦଳୀ, କୋବି ଏବଂ ଭଣ୍ଡା ଆପଣଙ୍କ ଡାଏଟରେ ସାମିଲ କରନ୍ତୁ । ଏଥିସହ ମାଛ ଏବଂ ମଶରୁମରେ ମଧ୍ୟ ଭିଟାମିନ ଡି ପ୍ରଚୁର ମାତ୍ରାରେ ଥାଏ ।