କ’ଣ ଆପଣଙ୍କ Gmail Storage ଫୁଲ୍‌ ହୋଇଯାଇଛି କି? ଜାଣନ୍ତୁ କିପରି ଏହି ସମସ୍ୟାର ସମାଧାନ

Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ ପ୍ରଦାନ କରାଯାଇଥାଏ । ଇମେଲ ଆଟାଚମେଣ୍ଟ, ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ ଯୋଗୁଁ ଏହି ଷ୍ଟୋରେଜ ଶୀଘ୍ର ଫୁଲ ହୋଇଯାଏ । ଯେତେବେଳେ ଷ୍ଟୋରେଜ ଫୁଲ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଗ୍ରହଣ କରିବାରେ ସମସ୍ୟା ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ମିନିଟ ମଧ୍ୟରେ ଆପଣ ଆପଣଙ୍କର Gmail କୁ ସହଜରେ ଖାଲି କରିପାରିବେ । ଆଉ ଆପଣ Storage Full ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ପ୍ରଥମେ ଆପଣଙ୍କର Gmailରେ ପ୍ରାୟତଃ ଏହିପରି ଅନେକ ଇମେଲଗୁଡିକ ଆସିଥାଏ ଯାହା ଅନାବଶ୍ୟକ , ଯାହା କୌଣସି ଦରକାରରେ ଲାଗେ ନାହିଁ । ଏହି ଅନାବଶ୍ୟକ ଇମେଲଗୁଡିକ ଡିଲିଟ କରି ଷ୍ଟୋରେଜ ଖାଲି କରିପାରିବେ ।

ସ୍ପାମ ଏବଂ ଟ୍ରାଶ ଫୋଲ୍ଡରଗୁଡିକରେ ଏମିତି ଇମେଲ ଗୁଡ଼ିକ ଥାଏ, ଯାହାକୁ ଆପଣ ପୂର୍ବରୁ ଡିଲିଟ କରିଛନ୍ତି । ସମୟ ସମୟରେ ସେମାନଙ୍କୁ ଖାଲି କରିବା ଜରୁରୀ, ଯାହାଫଳରେ ଷ୍ଟୋରେଜ ଖାଲି ହୋଇପାରିବ ।

Gmail କୁ ସ୍କିଡରେ ଚଲାଇବା ପାଇଁ ଆପଣଙ୍କର ଇମେଲରୁ ଲେବଲ ଏବଂ ଫୋଲ୍ଡରରେ ସଂଗଠିତ କରନ୍ତୁ । ଏହା କେବଳ ଷ୍ଟୋରେଜ ସଞ୍ଚୟ କରେ ନାହିଁ ବରଂ ଆପର ସ୍ପିଡ ମଧ୍ୟ ବଢାଇଥାଏ ।

ସେହି ଇମେଲଗୁଡିକୁ UnSuscribe କରନ୍ତୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ନୁହେଁ । ଏହା କେବଳ ଆପଣଙ୍କ ଇନବକ୍ସକୁ ସଫା ରଖିବ ନାହିଁ ବରଂ ଅନାବଶ୍ୟକ ଇମେଲଗୁଡିକ ଆସିବାକୁ ମଧ୍ୟ ରୋକିବ ।

Gmail ରେ ଅନେକ ଇମେଲ ଅଛି ଯାହାକୁ ଆପଣ କେବେ ପଢନ୍ତି ନାହିଁ । ଏଗୁଡିକ ଡିଲିଟ କରିବା ପାଇଁ Gmail ଖୋଲନ୍ତୁ । ସର୍ଚ୍ଚ ବାର୍‌ ରେ unread ଟାଇପ କରନ୍ତୁ । ସମସ୍ତ unread ଇମେଲଗୁଡିକ ସିଲେକ୍ଟ କରନ୍ତୁ ଏବଂ ସେଗୁଡ଼ିକୁ ଡିଲିଟ କରନ୍ତୁ ।