ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଖୁବ ଜୋରରେ ବଢିବାରେ ଲାଗିଛି । ଏଆଇର ବ୍ୟବହାର ବର୍ତ୍ତମାନ ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ କରାଯାଉଛି । ତେବେ ସ୍ୱିଜରଲ୍ୟାଣ୍ଡର ଲୂସର୍ନ ସହରରେ ଏକ ଚର୍ଚ୍ଚରେ ଭିନ୍ନ ପ୍ରୟାସ କରିବା ଦେଖିବାକୁ ମିଳିଛି । ଏଠାରେ ଏଆଇ-ବେସ୍ଡ କନ୍ଫସେନ ବୁଥ ଲଗାଯାଇଛି । ଯେଉଁଥିରେ “୩ଡି ଯୀଶୁ’ଙ୍କର ଏକ ବଡ଼ ଫଟୋ ଲଗାଯାଇଛି । ଏହି ଇମେଜ ଲୋକଙ୍କ ସମସ୍ୟା ଶୁଣି, ଏହାର ସମାଧାନର ଉପାୟ ପାଇଁ ଆଧ୍ୟାତ୍ମିକ ପରାମର୍ଶ ଦେଉଛି । ଏହି ପ୍ରୟାସରେ ‘Deus in Machina’ ଅର୍ଥାତ ମେସିନରେ ଈଶ୍ୱର କୁହାଯାଉଛି ।
୧୦୦ରୁ ଅଧିକ ଭାଷାଗୁଡିକର ମିଳୁଛି ସପୋର୍ଟ: ଡିଡବ୍ଲୁ ରିପୋର୍ଟ ମୁତାବକ, ଏହା ଏକ ଏଆଇରେ ଚାଲୁଥିବା ବୁଥ୍ ଅଟେ । ଏହି ସ୍କ୍ରିନରେ ଯୀଶୁଙ୍କର ଆନିମେଟେଡ ଫଟୋ ଲଗାଯାଇଛି । କର୍ବଡ ମନିଟର ଯୋଗୁଁ ଏହା ପୁରାପୁରି ଅସଲି ଲାଗୁଛି । ଏହା ୧୦୦ରୁ ଅଧିକ ଭାଷାରେ କଥାବର୍ତ୍ତା ପାଇଁ ଉପଲବ୍ଧ ଅଟେ । ରିପୋର୍ଟ ମୁତାବକ, ବୁଥରେ ଏଣ୍ଟ୍ରୀ ପୂର୍ବରୁ ଲୋକଙ୍କ ସୂଚନା ସେୟାର ନ କରିବା ଏବଂ ସର୍ଭିସର ଉପଯୋଗ କରିବାର ବିପଦ ବିଷୟରେ ଚେତାବନୀ ଦିଆଯାଇଛି । ଏଥିରେ ଏଣ୍ଟ୍ରୀ ପାଇଁ ଏକ ବଟନ ଦବାଇ ସହମତି ଦେବାକୁ ପଡିଥାଏ । ଏହାପରେ ଯୀଶୁଙ୍କ ଆନିମେଟେଡ ମୁହଁରେ ୧୦୦ରୁ ଅଧିକ ଭାଷାଗୁଡିକରେ କଥାବର୍ତ୍ତା କରିପାରିବେ । ରିପୋର୍ଟରେ କୁହାଯାଇଛି ଯେ, ଭିନ୍ନ-ଭିନ୍ନ ଧାର୍ମିକ ବିଶ୍ୱାସୀ ସାରା ଦୁନିଆରେ ଲୋକଙ୍କୁ ଏହାର ସାହାଯ୍ୟ ମିଳୁଛି । ଲୋକଙ୍କ କହିବାନୁଯାୟୀ, ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ।