ସିଏପିଏଫ ଓ ଆସାମ ରାଇଫଲରେ ୧ ଲକ୍ଷରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେ ହେବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ଆସାମ ରାଇଫଲ୍ସ (ଏଆର) ରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ଅଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ, ସିଏପିଏଫ ଏବଂ ଏଆରର ମୋଟ ଶକ୍ତି ୯,୪୮,୨୦୪ ଥିଲା । ଗତ ପାଞ୍ଚ ବର୍ଷ ମଧ୍ୟରେ, ସିଏପିଏଫ ଏବଂ ଏଆରରେ ୭୧,୨୩୧ ନୂତନ ପୋଷ୍ଟ ସୃଷ୍ଟି କରାଯାଇଥିଲା । ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାକୁ ଏହି ସୂଚନା ଦେଇଛନ୍ତି ।

ରାଜ୍ୟସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଅବସର, ଇସ୍ତଫା, ପଦୋନ୍ନତି, ମୃତ୍ୟୁ, ଏକ ନୂତନ ବାଟାଲିୟନ ବୃଦ୍ଧି, ନୂତନ ପଦବୀ ସୃଷ୍ଟି ଇତ୍ୟାଦି କାରଣରୁ ସିଏପିଏଫ ଏବଂ ଏଆରରେ ଖାଲି ପଦବୀ ସୃଷ୍ଟି ହେଉଛି ଏବଂ ଏହା ପୂରଣ କରିବା ଏକ ନିରନ୍ତର ପ୍ରକ୍ରିୟା ।

ସିଏପିଏଫ ଏବଂ ଆସାମ ରାଇଫଲରେ କେତେ ପଦବୀ ଖାଲି ଅଛି?
କେନ୍ଦ୍ର ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବର ୩୦ ପର୍ଯ୍ୟନ୍ତ, ସିଏପିଏଫ ଏବଂ ଏଆରରେ ୧,୦୦,୨୦୪ ଖାଲି ପଦବୀ ଅଛି, ସେଥିମଧ୍ୟରୁ ସି,ପିଏଫରେ ୩୩,୭୩୦, ସିଏସଏଫ ରେ ୩୧,୭୮୨, ବିଏସଏଫ ରେ ୧୨,୮୦୮, ଆଇଟିବିପିରେ ୯,୮୬୧, ଏସସିବିରେ ୮,୬୪୬ ଏବଂ ଏଆରରେ ୩,୩୭୭ ପଦ ଖାଲି ଅଛି । ମନ୍ତ୍ରୀ କହିଛନ୍ତି ଯେ ୟୁପିଏସସି , ଏସଏସସି ଏବଂ ଆନୁଷଙ୍ଗିକ ବାହିନୀ ମାଧ୍ୟମରେ ଶୀଘ୍ର ଖାଲିଥିବା ପଦବୀ ପୂରଣ ପାଇଁ ମନ୍ତ୍ରଣାଳୟ ଗୁରୁତର ପଦକ୍ଷେପ ନେଉଛି । ସେ କହିଛନ୍ତି ଯେ ନିଯୁକ୍ତି ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।