ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୯୦ ହଜାର ଟଙ୍କାରେ ପହଞ୍ଚିଲା ଗୋଲ୍ଡ ରେଟ୍‌, ଏକ ଲକ୍ଷ ପାର କଲା ରୂପା ମୂଲ୍ୟ

୯୦ ହଜାର ଛୁଇଁଲା ସୁନା ଦର, ଭାଙ୍ଗିଲା ରେକର୍ଡ

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ସୁନା ଦର । ୯୦ ହଜାର ଟଙ୍କାରେ ପହଞ୍ଚିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ପ୍ରଥମଥର ୯୦ ହଜାର ଛୁଇଁଲା । ଆଜି ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଲା ସୁନା ଦର ।

ସେହିପରି ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢି ୮୨ ହଜାର ୫୦୦ ଟଙ୍କା ରହିଛି । ରୂପା କିଲୋଗ୍ରାମ ପିଛା ୧୧୦୦ ଟଙ୍କା ବଢି ୧ ଲକ୍ଷ ୧୩ ହଜାର ଟଙ୍କାରେ ପହଞ୍ଚିଛି ।

୧୮ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା୬୭ ହଜାର ୧୮୦ ଟଙ୍କା ଥିଲା । ଯାହା ବର୍ତ୍ତମାନ ୧୦ ଗ୍ରାମ ପିଛା ୩୨୦ ଟଙ୍କା ବଢି ୬୭ ହଜାର ୫୦୦ ଟଙ୍କାରେ ପହଞ୍ଚିଛି ।

୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୨ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୪୦୦ ଟଙ୍କା ବଢି ୮୨ ହଜାର ୫୦୦ ଟଙ୍କା ହୋଇଯାଇଛି ।

୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୫୬୦ ଟଙ୍କା ଥିଲା । ଏହି ଦର ଆଜି ୪୪୦ ଟଙ୍କା ବଢି ୧୦ ଗ୍ରାମ ପିଛା ୯୦ ହଜାରରେ ପହଞ୍ଚିଛି ।

ସେହିପରି ଯଦି ଆମେ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦର ଦେଖିବା ତେବେ ଏହା ଏକ ଲକ୍ଷ ଟଙ୍କା ପାର କରିଛି ।