କେବେ ପଡୁଛି ଚୈତ୍ର ନବରାତ୍ରୀ? ୨୯ ନା ୩୦, ଜାଣନ୍ତୁ କଳସ ସ୍ଥାପନାର ମୁହୂର୍ତ୍ତ
ଚୈତ୍ର ନବରାତ୍ରୀ ୨୦୨୫: କେବେଠାରୁ ଆରମ୍ଭ ଜାଣନ୍ତୁ
ଓଡ଼ିଶା ଭାସ୍କର: ଚୈତ୍ର ମାସ ଶୁକ୍ଳ ପକ୍ଷର ପ୍ରତିପଦା ତିଥିର ଆରମ୍ଭ ୨୯ ମାର୍ଚ୍ଚ ଅପରାହ୍ଣ ୪ଟା ୨୭ ମିନିଟରେ ହେଉଛି। ଏହି ତିଥିର ସମାପନ ୩୦ ମାର୍ଚ୍ଚ ମଧ୍ୟାହ୍ଣ ୧୨ଟା ୪୯ ମିନିଟ ଯାଏଁ ରହିବ। ଉଦୟା ତିଥି ଅନୁଯାୟୀ, ଚୈତ୍ର ନବରାତ୍ରୀ ରବିବାର, ୩୦ ମାର୍ଚ୍ଚ ୨୦୨୫ରେ ଆରମ୍ଭ ହେବାକୁ ଯାଉଛି।
କଳସ ସ୍ଥାପନାର ମୁହୂର୍ତ୍ତ: ୩୦ ମାର୍ଚ୍ଚ ସକାଳ ୬ଟା ୧୩ ମିନିଟଠାରୁ ସକାଳ ୧୦ଟା ୨୨ ମିନିଟ ପର୍ଯ୍ୟନ୍ତ ରହିବ, ଏହାର ଅବଧି ୪ ଘଣ୍ଟା ୮ ମିନିଟ ରହିବ।
ଯଦି ଆପଣ ମୁହୂର୍ତ୍ତରେ କଳସ ସ୍ଥାପନା କରିପାରୁନହାନ୍ତି ତେବେ ଆପଣ ଅଭିଜିତ ମୁହୂର୍ତ୍ତରେ କଳସ ସ୍ଥାପନା କରିପାରିବେ। ଅଭିଜିତ କୁହୂର୍ତ୍ତ ଦ୍ୱିପ୍ରହର ୧୨ଟା ୦୧ ମିନିଟଠାରୁ ୧୨ ଟା ୫୦ ମିନିଟ ଯାଏଁ ରହିବ।
ଚୈତ୍ର ନବରାତ୍ରୀ ପୂଜା ବିଧି: କଳସକୁ ଘରର ଐଶାନ୍ୟ କୋଣରେ ସ୍ଥାପନା କରିବା ଆବଶ୍ୟକ। କଳସରେ ଅଳ୍ପ ମାଟି ପକାନ୍ତୁ ଏହାପରେ ଯାହା ଦେବା କଥା ଦେଇ ଏହାକୁ ପୂଜା କରନ୍ତୁ। ଏହା ପୂର୍ବରୁ ଆପଣ ସେହି ସ୍ଥାନକୁ ଗଙ୍ଗା ଜଳ ସିଞ୍ଚନ କରି ଭଲଭାବେ ପୋଛନ୍ତୁ। ଏହାପରେ ଏକ ଚୌକିରେ ନାଲି କପାଡା ବିଛାନ୍ତୁ।
ଏହା ମଆ ଦୁର୍ଗାଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରନ୍ତୁ। ଏହାପରେ ଫୁଲ, ଦୀପ, ସିନ୍ଦୁର ଲଗାଇ ମାଆ ଏବଂ କଳସକୁ ପୂଜା କରନ୍ତୁ। ଏହାପରେ କଳସ ପାଖେ ଏବଂ ମାଆଙ୍କ ପାଖେ ଭୋଗ ଲଗାନ୍ତୁ।