ସାଇବର ଥାନା ପାଇଁ ବଢିଲା ପଦବୀ, ୯୮୭ ଜଣ କର୍ମଚାରୀ ହେବେ ନିଯୁକ୍ତ

ସାଇବର ଥାନା ପାଇଁ ୯୮୭ଟି ନୂଆ ପଦବୀ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ। ଏହି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବୀ ସୃଷ୍ଟିକୁ ଅନୁମୋଦନ ମିଳିଛି।

ଏହାଛଡା ୧୭୦ଜଣ ବିଶେଷଜ୍ଞଙ୍କୁ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ଥାନା ଅଛି। ୧୬୮ଜଣ କର୍ମଚାରୀଙ୍କୁ ନେଇ ଥାନା କାର୍ଯ୍ୟ ଜାରି ରହିଛି। ଖୁବଶିଘ୍ର ରାଜ୍ୟରେ ଆଉ ୨୦ତି ସାଇବର ଥାନା ଖୋଲିବ।

ଏହି ୨୦ଟି ଥାନା ପାଇଁ ୯୮୭ଟି ନୂଆ ପଦବୀ ସୃଷ୍ଟି ହେଇଛି। ୯୮୭ଟି ଅତିରିକ୍ତ ପଦବୀକୁ ମଞ୍ଜୁରୀ ଫଳରେ ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇଛି।

ଏଥିସହ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ସରକାର ଅନୁମତି ଦେଇଛନ୍ତି। ଏଥିରେ ୬୮ ଜଣ ଆଇଟି ବିଶେଷଜ୍ଞ, ୪୮ ଜଣ ସାଇବର ଫରେନ୍ସିକ ବିଶେଷଜ୍ଞ, ଏଵଂ ୪୮ଟି ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ।