ଭୁବନେଶ୍ୱର: ରଜ ପରେ ସ୍କୁଲ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। କେଉଁ ଦିନ ଖୋଲାଯିବ ସ୍କୁଲ ଏବଂ ପିଲା ସ୍ୱାଭାବିକ ଭାବେ ପାଠ ପଢିପାରିବେ ବିଦ୍ୟାଳୟରେ ତାହା ଧାର୍ଯ୍ୟ ହୋଇପାରୁ ନଥିଲା। ତେବେ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ବିଦ୍ୟାଳ ୨୦ ତାରିଖରେ ଖୋଲିବ। ସେ କହିଛନ୍ତି ଯେ, ସମସ୍ତ ସ୍କୁଲ ପରିସରରେ ଯଥେଷ୍ଟ ସ୍ୱଚ୍ଛତା ରଖାଯିବ। ଯାଜପୁର ପରେ ବର୍ତ୍ତମାନ ଚାରିଆଡେ ଝାଡ଼ା-ବାନ୍ତି ପରିସ୍ଥିତି ଦେଖିବାକୁ ମିଳିଛି।
ଏଥି ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଜୁନ୨୦ ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲାଯିବ।