ବେଶୀ ନୁହେଁ! ଦିନକୁ ମାତ୍ର ୨ଟି କଦଳୀ ବଦଳାଇ ଦେବ ଆପଣଙ୍କ ଜୀବନ
କଦଳୀରେ ଅଛି ବହୁତ ଗୁଣକାରୀ ଉପାଦାନ । ଶରୀରରୁ ଅସୁବିଧା କରିବ ଦୂର ।
ଓଡିଶା ଭାସ୍କର: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ମଧ୍ୟ ଶୀରରକୁ ଆବଶ୍ୟକ । ଆମ ଶରୀର ପାଇଁ କଦଳୀ ବେଶ ଗୁଣକାରୀ । ପ୍ରତିଦିନ ଦୁଇଟି କଦଳୀ ଖାଇବା ଦ୍ବାରା ଶରୀର ଉପରେ ଏହାର ବଡ଼ ପ୍ରଭାପ ପଡିଥାଏ ।
ଅଧ୍ୟୟନ: ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ବାରା କରଯାଇଥିବା ଅଧ୍ୟୟନ ଅନୁସାରେ, କଦଳୀରେ ଫେନୋଲିକ ଏସିଡ୍ ଏବଂ ଫ୍ଲାଭୋନଏଡ୍ସ ବାୟୋଏକ୍ଟିଭ୍ ପରି ଜୈବିକ ଭରପୁର ମାତ୍ରାରେ ରହିଛି । ଏଥିରେ ଗୁଣକାରୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିରାଡିକାଲ୍ ଗୁଣ ଅଛି ଯାହା ଶରୀରକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିବାରେ ସାହାଯ୍ୟ କରେ ।
କଦଳୀରେ ଥିବା କିଛି ଫେନୋଲିକ୍ସ ଆଣ୍ଟିଭାଇରାଲ୍, ଆଣ୍ଟି-ଇଫ୍ଲେମେଟରୀ, ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଡାଇବେଟିକ୍ ଏବଂ ଆଣ୍ଟି-କର୍କଟ ପ୍ରଭାବ ଦେଖାଏ । ଏହା ବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ କର୍କଟ ଭଳି ଅବସ୍ଥା ସହିତ ଜଡିତ ଏନଜାଇମଗୁଡ଼ିକୁ ବାଧା ଦେଇଥାଏ ।
ହାର୍ଟ ରହିବ ସୁସ୍ଥ: ପୋଟାସିୟମ ହାର୍ଟ ପାଇଁ ବହୁତ ଭଲ । ଯାହା କଦଳୀରେ ଭରପୁର ମାତ୍ରାରେ ରହିଥାଏ । ଏହି ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଆପଣଙ୍କ ରକ୍ତଚାପକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଯାହା ଫଳରେ ଆପଣଙ୍କ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ଯେତେବେଳେ ହୃଦୟ ଶାନ୍ତ ଥାଏ, ସେତେବେଳେ ତୁମେ ଅଧିକ ଉର୍ଜା ଅନୁଭବ କରିଥାଅ ।
ଧୁମ୍ରପାନ ଛାଡ଼ିଯିବ: କଣ ଆପଣ ସ୍ମୋକିଙ୍ଗ ଛାଡିବାକୁ ଚେଷ୍ଟା କରୁଛନ୍ତି ? କଦଳୀ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରିବ । କଦଳୀରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ମିଶ୍ରଣ ଯୋଗୁ ନିକୋଟିନ୍ ଲାଳସାକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ । କଦଳୀରେ ପ୍ରାକୃତିକ ଚିନି ଥାଏ, ଯେଉଁଥିରେ ଆପଣଙ୍କୁ ଇନ୍ଷ୍ଟାଣ୍ଟ ଏନର୍ଜି ମିଳିଥାଏ।
ମନୋବଳ ବଢାଏ: କଣ ଆପଣ ଚାପଗ୍ରସ୍ତ ଏବଂ ଉଦାସ ଅନୁଭବ କରୁଛନ୍ତି କି ? ଏହାର କାରଣ ଆଇରନ୍ ଅଭାବ ହୋଇଥାଇପାରେ । କଦଳୀରେ ପ୍ରଚୁର ଆଇରନ ଥାଏ ଯାହା ଆପଣଙ୍କ ଶରୀରକୁ ଅଧିକ ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ । ଯାହା ଆପଣଙ୍କୁ ଶକ୍ତିଶାଳୀ କରିଥାଏ ।