ସଲମାନଙ୍କ ଫଟୋ ଦେଖି ଗାଧୋଉଥିଲେ କରୀନା କପୁର ଖାନ୍, କମେଡି ଶୋ’ରେ ସଲମାନ କଲେ ଖୁଲାସା

ସୋସିଆଲ ମିଡିଆରେ ସଲମାନଙ୍କ ବୟାନକୁ ନେଇ ଚର୍ଚ୍ଚା । କପିଲଙ୍କ କମେଡିରେ ତଡକା ଦେଲେ ସଲମାନ୍ ।

ମୁମ୍ବାଇ: ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ତୃତୀୟ ସିଜିନ୍ ଆରମ୍ଭ ହୋଇଛି ଯେଉଁଥିରେ ସଲମାନ୍ ଖାନ ତାଙ୍କ ଅତିଥି ହୋଇଥିଲେ । ଶୋ’ରେ କପିଲ ସଲମାନଙ୍କ ସହିତ ବହୁତ ମଜା କରିଥିଲେ।

ଶୋ’ର ଏକ ଅନଫିଲ୍ଟର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସଲମାନ ଖାନ କହୁଛନ୍ତି ଯେ ସେ କରୀନା କପୁରଙ୍କ ବାଥରୁମ୍‌ରେ ତାଙ୍କ ଫଟୋ ଦେଖିଛନ୍ତି। ସଲମାନଙ୍କ ଠାରୁ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶୋ’ର ଗୋଟିଏ ସେସନ୍‌ରେ, କପିଲ୍ ଶର୍ମା ସଲମାନଙ୍କୁ ତାଙ୍କ ଫିଲ୍ମି ଲୁକର ଅଜବ ପୋଷ୍ଟର ଦେଖାନ୍ତି। ଯାହାକୁ ଦେଖିବା ପରେ, ସଲମାନଙ୍କ ସହିତ ଉଭୟ ଜଜ୍ ଅର୍ଚ୍ଚନା ପୁରନ୍ ସିଂହ ଏବଂ ନବଜୋତ ସିଂହ ସିଦ୍ଧୁ ମଧ୍ୟ ବହୁତ ହସିଥିଲେ।

ସଲମାନଙ୍କ ଫଟୋ କରିନାଙ୍କ ବାଥରୁମ୍‌ରେ

ସମସ୍ତ ପୋଷ୍ଟର ଦେଖିବା ପରେ, କପିଲ୍ ଶର୍ମା ସଲମାନ ଖାନଙ୍କୁ ପଚାରନ୍ତି ଯେ ସେ ତାଙ୍କର ପୋଷ୍ଟର କୌଣସି ଅଜବ ସ୍ଥାନରେ ଦେଖିଛନ୍ତି କି? ଏହାର ଉତ୍ତରରେ, ସଲମାନ କୁହନ୍ତି – ‘ହଁ, ମୁଁ ଏହା ଦେଖିଛି; ମୋର ଫଟୋ କରୀନା କପୁରଙ୍କ ବାଥରୁମ୍‌ରେ ଥିଲା।

ସେତେବେଳେ ସେ 8-9 ବର୍ଷ ବୟସର ଥିଲେ। ତା’ପରେ ସେ ୧୫-୧୬ ବର୍ଷ ବୟସର ହେବା ମାତ୍ରେ ସେଠାରେ ରାହୁଲ ରୟଙ୍କ ଫଟୋ ଲଗାଗଲା। ଶୋ’ରେ ସଲମାନ ଖାନ ବହୁତ ଫିଟ୍ ଦେଖାଯାଉଥିଲେ।

ସଲମାନଙ୍କୁ ଶେଷ ଥର ପାଇଁ ଫିଲ୍ମ ସିକନ୍ଦରରେ ଦେଖିବାକୁ ମିଳିଥିଲା। ଏବେ ସେ ଗାଲଭାନ୍ ଭ୍ୟାଲି ଉପରେ ଆଧାରିତ ଏକ ଫିଲ୍ମ ପାଇଁ ପ୍ରସ୍ତୁତି କରୁଛନ୍ତି। ସଲମାନ ଏହି ଫିଲ୍ମ ପାଇଁ ତାଙ୍କ ଶରୀର ଉପରେ ବହୁତ ପରିଶ୍ରମ କରୁଛନ୍ତି।