ନାସା କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଏଜେନ୍ସିରୁ ୨୦% ଷ୍ଟାଫ୍ ହେବ ବାହାର

କର୍ମଚାରୀଙ୍କୁ ବାହାର କରିବ ନାସା । ଏକାଥରକେ ୩୦୦୦ରୁ ଅଧିକ କର୍ମଚାରୀ ହେବେ ବାହାର ।

ୱାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯିବାର ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି ନାସା ସ୍ପୋକପର୍ସନ୍ ।

ନାସାରୁ ପାଖାପାଖି ୨୦% ଲୋକ ଛଟେଇ ହେବାକୁ ଥିବା ସୂଚନା ପ୍ରକାଶ ପାଇଛି । ପାଖାପାଖି ୩୮୭୦ ଜଣ କର୍ମଚାରୀଙ୍କୁ ନାସାରା ବାହାର କରିବାକୁ ଥିବାବେଳେ ଆଗାମୀ ଦିନରେ ଏ ସଂଖ୍ୟାରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି ।

ଛଟେଇ ପରେ ଏଜେନ୍ସିରେ ୧୪୦୦୦ କର୍ମଚାରୀ କାମ କରିବେ । କର୍ମଚାରୀଙ୍କୁ ବାହାର କରିବା ପ୍ରସଙ୍ଗକୁ ନେଇ ନାସା ଷ୍ଟାଫଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ନାସା ବ୍ୟତୀତ ପୂର୍ବରୁ ଗୁଗଲ, ଫେସବୁକ୍, ଏକ୍ସ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିଛନ୍ତି ।