fbpx

‘raees’ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ମାହିରା ଏବେ ଆଇସୋଲେସନରେ ରହିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ମାହିରା ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିବା ସହ ନିଜକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ତେବେ ମାହିରା ଲେଖିଛନ୍ତି ଯେ, ‘ମୁଁ କରୋନାରେ ସଂକ୍ରମିତ ହୋଇଛି । ମୁଁ ଏବେ ଆଇସୋଲେସନରେ ରହିଥିବା ବେଳେ ଗତ କିଛି ଦିନ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ମୁଁ ଏହି ଖବର ଦେଇଛି । ଏହା କଷ୍ଟସାଧ୍ୟ, କିନ୍ତୁ ଖୁବଶୀଘ୍ର ଠିକ୍ ହୋଇଯିବ । ତେଣୁ ଦୟାକରି ମାସ୍କ ପିନ୍ଧନ୍ତୁ ଓ ନିଜର ସୁରକ୍ଷା ପାଇଁ ନିୟମ ପାଳନ କରନ୍ତୁ ।’

ଉଲ୍ଲେଖନୀୟ କଥା ହେଉଛି, ମହୀରା ଖାନ ଶାହରୁଖ ଖାନଙ୍କ ସହ raees ଫିଲ୍ମରେ କାମ କରିଛନ୍ତି। ଏହି ଫିଲ୍ମ ୨୦୧୭ ରେ ମୁକ୍ତିଲାଭ କରିଥିଲା ​​| ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିବାବେଳେ ଏହି ଚଳଚ୍ଚିତ୍ର ପରେ ମହିରା ଭାରତୀୟ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ମଧ୍ୟ ପାଇଥିଲେ।

Get real time updates directly on you device, subscribe now.