fbpx

କ୍ଲବରେ ରେଡ୍: ସୁରେଶ ରାଇନା ଓ ହ୍ରିତିକ ରୋଶନଙ୍କ ସ୍ତ୍ରୀ ସମେତ ବହୁ କଳାକାର ଗିରଫ, ଜାଣନ୍ତୁ କିଏ କିଏ?

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ରର ମୁମ୍ବାଇରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ପାର୍ଟି କରୁଥିବା ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ଅନେକ ସେଲିବ୍ରିଟଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁମ୍ବାଇର ଏକ କ୍ଲବରେ ପାର୍ଟି କରୁଥିବା ୩୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ସୂଚନା ମିଳିଛି ଯେ, ଗିରଫ ହୋଇଥିବା ୩୪ ଜଣଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମେତ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପତ୍ନୀ ସୁଜେନ୍ ଖାନ୍, ଗାୟକ ଗୁରୁ ରାନ୍ଧୱା ସାମିଲ ଅଛନ୍ତି । କିନ୍ତୁ ଗିରଫ ପରେ ସୁରେଶ ରାଇନା ଓ ରାନ୍ଧାୱା ଜାମିନରେ ମୁକୁଳିଥିବା ଜଣାପଡିଛି । ଏହା ବ୍ୟତିତ ଆଉ କିଛି ମହିଳାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ସେମାନଙ୍କ ବିଷୟରେ ସୂଚନା ଦେଇନାହିଁ ପୋଲିସ ।

ସୂଚନା ଅନୁସାରେ, ମୁମ୍ବଇ ବିମାନବନ୍ଦରର ନିକଟରେ ଥିବା ଜେଡବ୍ଲ୍ୟୁ ମେରିୟଟ ହୋଟେଲ କ୍ଲବ ସୋମବାର ରାତିରେ ଏହି ପାର୍ଟି ଚାଲୁଥିଲା। ଏଥିରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିଲା। ପାର୍ଟିରେ ଭାଗ ନେଇଥିବା ସମସ୍ତଙ୍କ ବିରୋଧରେ ମୁମ୍ବାଇରେ ଏତଲା ରୁଜୁ ହୋଇଥିଲା। ଏହା ପରେ ରାତି ପ୍ରାୟ ସାଢ଼େ ୩ଟାରେ ପୁଲିସ କ୍ଲବରେ ଚଢ଼ାଉ କରିବା ସହିତ ୩୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ କ୍ଲବର ୭ କର୍ମଚାରୀଙ୍କ ସମେତ କିଛି ମହିଳା ଥିଲେ। ସେମାନଙ୍କୁ ନୋଟିସ ଦେଇ ପୋଲିସ ଛାଡ଼ି ଦେଇଛି।

Get real time updates directly on you device, subscribe now.