fbpx

ରିୟଲିଟି ‘ସୋ’ ର ଜଜ୍ ଙ୍କୁ ହେଲା କରୋନା

ମୁମ୍ବାଇ | (ଓଡିଶା ଭାସ୍କର) :  କରୋନା ଦେଶର ସମସ୍ତ ଜନସାଧାରଣଙ୍କୁ ନିଜ କବଳରେ କବଳିତ କରି ରଖିଛି । ବଡ଼ ପରଦାରୁ ଆମ୍ଭ କରି ଛୋଟ ପରଦା ଯାଏ କେହି ଏଥିରୁ ବାଦ ପଡ଼ି ନାହାନ୍ତି । ସୂଚନା ଅନୁସାରେ କର୍ଲସରେ ପ୍ରସାରିତ ହେଉଥିବା ଡ଼୍ୟାନ୍ସ ରିୟଲିଟି ସୋ ଡ଼୍ୟାନ୍ସ ଦିୱାନେରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏବେ ଏହି ସୋ ରେ ଜଜ୍ ଥିବା ଧର୍ମେଶ୍ ୟେଲାନ୍ଦେଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଏହାର କିଛିଦିନ ପୂର୍ବରୁ ସୋ ରେ ଥିବା ୧୮ ଜଣ କ୍ରୁ ମେମ୍ବର କରୋନାର ଶୀକାର ହୋଇଥିଲେ । ଏନେଇ ଅନ୍ୟମାନଙ୍କର କରୋନା ଟେଷ୍ଟ କରାଯାଉ ଥିବା ବେଳେ ସମ୍ପର୍ଣ୍ଣ ସେଟକୁ କେମିକାଲରେ ବିଶୋଧନ କରାଯାଇଛି । ଅନ୍ୟପଟେ ସୋନିରେ ପ୍ରସାରିତ ହେଉଥିବା ଇଣ୍ଡିଆନ ଆଇଡ଼ଲର ହୋଷ୍ଟ ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନା କରୋନା ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.