fbpx

108 MP ପ୍ରାଇମେରୀ କ୍ୟାମେରା ସହ 20 ଏପ୍ରିଲରେ ହେବ ଲଞ୍ଚ ହେବ Motorola ର ଏହି ସ୍ମାର୍ଟଫୋନ

Moto G60 ଏବଂ Moto G40 Fusion ସ୍ମାର୍ଟଫୋନକୁ କଂପାନୀ ଏପ୍ରିଲ 20 ରେ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ କଂପାନୀ ଫ୍ଲିପକାର୍ଟରେ ବିକ୍ରି କରିବାକୁ ଯାଉଛି । ଏହାର ଏକ ଟିଜର ଜାରି ହୋଇଛି । ଏହା ସହ ଏହାର କିଛି ଫିଚର୍ସ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛି । Moto G60 108 MP ପ୍ରାଇମେରୀ କ୍ୟାମେରା ସହିତ ଲଞ୍ଚ ହେବ ।

Motorola ଟ୍ୱିଟରରେ କେତେକ ଟିଜର ସେୟାର କରିଛି, ଏହି ଟିଜରରେ Moto G60 ଏବଂ Moto G40 Fusion ର କିଛି ନିର୍ଦ୍ଦିଷ୍ଟ ଫିଚର୍ସ ବିଷୟରେ ସୂଚନା ଦେଇଛି । Motorola ଏହାକୁ ନେଇ ନିଶ୍ଚିତ କରିଛି ଏହି ଫୋନକୁ କଂପାନୀ ଭାରତରେ 20 ଏପ୍ରିଲରେ ଲଞ୍ଚ କରିବ।

Moto G60 ଏବଂ Moto G40 Fusionର ଫିଚର୍ସ:

Moto G60ର କିଛି ନିର୍ଦ୍ଦିଷ୍ଟ ଫିଚର୍ସ ଫ୍ଲିପକାର୍ଟ ଏବଂ ଟ୍ୱିଟରରେ ଦିଆଯାଇଛି । ଏହି ଫୋନ Android 11 OS ଦ୍ୱାରା ପରିଚାଳିତ, HDR 10 ସପୋର୍ଟ ଏବଂ 122Hzର ରିଫ୍ରେଶ ରେଟ ସହିତ ୟୁଜର୍ସଙ୍କୁ 6.8 inch Punch hole Display ମିଳିବ  । ଏହି ଫୋନରେ Qualcomm Snapdragon 732G  ପ୍ରୋସେସର ରହିବ  । ଟିଜର ଅନୁସାରେ ଏଥିରେ 6000mAh ବ୍ୟାଟେରୀ ମିଳିପାରେ ।

Moto G60ର ରିୟର ପ୍ୟାନେଲରେ 108 MP କ୍ୟାମେରା ରହିବ । ଏଥିରେ ଟ୍ରିପଲ କ୍ୟାମରା ସେଟଅପରେ 108 MP କ୍ୟାମେରା ସହ 8 MP Ultra Wide Angle କ୍ୟାମେରା ଏବଂ Depth Sensor କ୍ୟାମେରା ରହିଛି । ସେଲ୍ଫି ପାଇଁ ଏଥିରେ 32 MPର କ୍ୟାମେରା ରହିଛି । ଏହା Punch Hole କଟଆଉଟ ମଧ୍ୟରେ ରହିବ ।

Moto G40 Fusion ରେ 64 MP ର ମେନ କ୍ୟାମେରା ରହିବ । ଏଥିରେ ମଧ୍ୟ Moto G60 ଭଳି Display ଏବଂ ପ୍ରୋସେସର ମିଳିବ । ମୋଟୋରୋଲା ଏହାର ଏଣ୍ଡ ଟୁ ଏଣ୍ଡ ମୋବାଇଲ ସିକ୍ୟୁରିଟି ପାଇଁ ThinkShield ସହ ଚୁକ୍ତି କରିଛି । Moto G60 ଗ୍ରେ ଏବଂ ବ୍ଲୁ କଲରରେ  ଆସିପାରେ  । Moto G40 ଗ୍ଲାସୀ ବ୍ଲୁ ଏବଂ ବ୍ଲାକ କଲରରେ ବଜାରକୁ ଆସିପାରେ ।

ଦୁଇ ଫୋନର ଡାହାଣ ପାଶ୍ୱର୍ରେ ୩ଟି ବଟନ ରହିଛି । ଏଥିରେ ଦୁଇଟି ଭଲ୍ୟୁମ ଏବଂ ପାୱାର ବଟନ ଏବଂ ଏକ ଡେଡିକେଟେଡ ଗୁଗଲ ଆସିଷ୍ଟାଣ୍ଟ ବଟନ ରହିଛି । Moto G60ରେ 6GB RAM ଏବଂ MOTO G40 ରେ 4GB RAM ରହିବ ।

Get real time updates directly on you device, subscribe now.