ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୧ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧ ହଜାର ୫୧୨ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ।
ସେହିପରି କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗିରରୁ ୪୩୭, ବରଗଡରୁ ୪୨୮, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟପୁଲରୁ ୩୦୨, ନୂଆପଡାରୁ ୨୮୬, ବାଲେଶ୍ୱରରୁ ୨୬୦, କେନ୍ଦୁଝରରୁ ୨୨୧, ସୁବର୍ଣ୍ଣପୁରରୁ ୨୧୦, ନୟାଗଡରୁ ୨୦୪, ମୟୂରଭଞ୍ଜରୁ ୧୭୫, ଢେଙ୍କାନାଳରୁ ୧୭୭, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୩୮, ବୌଦ୍ଧରୁ ୧୭୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩, ମାଲକାନଗିରିରୁ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।