fbpx

ଓଡ଼ିଶାରେ ୨୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଠିଆ ହୋଇଛି । ଏଯାବତ୍ ଏହା ଦ୍ୱାରା ୨୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ପ୍ରେସମିଟ୍ ସାହାଯ୍ୟରେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ଅନ୍ୟ ରାଜ୍ୟରେ ତୁଳନାରେ ଆମ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ସେପରି କିଛି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇନାହିଁ । ରାଜ୍ୟରେ ୨୫ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ହେଲେ ସେମାନଙ୍କର ଭିନ୍ନ କାରଣୁ ପ୍ରାଣ ଯାଇଛି । ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ ଦରକାର କେନ୍ଦ୍ରକୁ ମାଗିଛୁ । ଯାହା ଆସୁଛି ବଣ୍ଟା ଯାଉଛି । ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର ପରି ରାଜ୍ୟରେ ବେଶୀ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଛି । ଯାହାକୁ ନେଇ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି । ଶରୀରରେ ରୋଗପ୍ରତିରୋଧ ଶକ୍ତି କମିଯାଉଥିବା ଲୋକଙ୍କୁ ବ୍ଲାକ୍ଫଙ୍ଗସ ଆକ୍ରାନ୍ତ କରୁଛି । ତେଣୁ କରୋନାରେ ଆକ୍ରାନ୍ତଙ୍କୁ ଏହି ରୋଗ ସହଜରେ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି । ଏହାର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । କୋଭିଡ୍ ଆକ୍ରାନ୍ତଙ୍କୁ ବେଶୀ ଷ୍ଟେରଏଡ୍ ନଦେବାକୁ ପରାମର୍ଶ ଦିଆଯାଉଛି । ଓଡ଼ିଶାରେ ବ୍ଲାକ୍ଫଙ୍ଗସକୁ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ବ୍ଲାକ୍ଫଙ୍ଗସ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିବ । ଦରକାର ପଡ଼ିଲେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକ ହେଉଥିବା ସେବା ଯୋଗାଇଦେବ ।

Get real time updates directly on you device, subscribe now.