fbpx

ସପ୍ତାହାନ୍ତ ଲକ-ଡାଉନ୍ ସହ ଏହି ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି, କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର ଯୋଗୁଁ ଭୟ ଲାଗିରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଲକଡାଉନକୁ ନେଇ ଏକ ବଡ଼ ଖବର ଆସିଛି । ପଞ୍ଜାବ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଓ ନାଇଟ କର୍ଫ୍ୟୁକୁ ହଟାଇଦେଇଛନ୍ତି । ଏହା ସହ ଲୋକମାନଙ୍କୁ ଲକଡାଉନରୁ ମୁକ୍ତ କରିଛନ୍ତି । ଭବନରେ ୧୦୦ ଓ ସ୍କୁଲରେ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ପଞ୍ଜାବରେ ସପ୍ତାହାନ୍ତ ଲକଡାଉନ୍ ସହ ନାଇଟ୍ କର୍ଫ୍ୟୁ ହଟାଯାଇଛି । ରାଜ୍ୟରେ ଏବେ ଭବନରେ ୧୦୦ ଓ ସ୍କୁଲରେ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିଛି । ସୋମବାରରୁ ବାର୍, ଜିମ୍, ସିନେମା ହଲ୍, ରେଷ୍ଟୁରାଣ୍ଟ, ସ୍ପାଗୁଡିକ କର୍ମଚାରୀ ଓ ଗ୍ରାହକଙ୍କୁ ନେଇ ପୁଣି ଖୋଲିବ, କିନ୍ତୁ ଟିକାକରଣ କରିବା ଜରୁରୀ ବୋଲି କୁହାଯାଇଛି ।

Get real time updates directly on you device, subscribe now.