fbpx

ରାଗରେ ଦ୍ୱିତୀୟ ବିବାହ କଲା ପତ୍ନୀ: ଶଶୂରଘର ଆଗରେ ଧାରଣାରେ ବସିଲା ପ୍ରଥମ ସ୍ୱାମୀ, ଆଉ ତା’ ପରେ…

କୋଲକାତା: ପଶ୍ଚିମବଙ୍ଗର ବର୍ଦୱାନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଫେରାଇ ନେବାକୁ ଧାରଣାରେ ବସିଥିବା ବେଳେ କ୍ରୋଧିତ ଥିବା ପତ୍ନୀ ଦ୍ୱିତୀୟ ବିବାହ କରିଛନ୍ତି । ଏବେ ସେ ନିଜ ପ୍ରଥମ ସ୍ୱାମୀଙ୍କ ସହ ଯିବାକୁ ଅମଙ୍ଗ ହେଉଛନ୍ତି । ଘରୋଇ କଳହ କାରଣରୁ ସେ ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡିଦେଇଥିବା ଜଣାପଡିଛି ।

ତେବେ ବର୍ଦୱାନର ରାମଚନ୍ଦ୍ର କଲୋନୀରେ ରହୁଥିବା ଏକ ଯୁବତୀଙ୍କ ବାହାଘର ୨ ବର୍ଷ ପୂର୍ବରୁ ଅବନୀଶଙ୍କ ସହ ହୋଇଥିଲା । ସେ ଦୁହେଁ ପ୍ରେମ ବିବାହ କରିଥିଲେ । କିନ୍ତୁ ବାହାଘରର ୩ ମାସ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଘରୋଇ କଳହ ଏତେ ବଢ଼ିଗଲା ଯେ, ଅବନୀଶଙ୍କ ପତ୍ନୀ ଘର ଛାଡି ବାପଘରକୁ ଚାଲିଗଲେ, ଆଉ କେବେ ଫେରିକି ଆସିଲେ ନାହିଁ ।

ଅନ୍ୟପଟେ ଧାରଣାରେ ବସିଥିବା ଅବନୀଶ ନିଜ ପତ୍ନୀଙ୍କୁ ଫେରାଇ ନେବାକୁ ଦାବି କରିଛନ୍ତି । କିନ୍ତୁ ତାଙ୍କ ସମ୍ପର୍କୀୟମାନେ ଅବନୀଶଙ୍କୁ ମାରପିଟ୍ କରି ସେଠାରେ ତଡ଼ି ଦେଇଛନ୍ତି । ଫଳରେ ଅବନୀଶ ପତ୍ନୀଙ୍କ ନୂଆ ଶଶୂରଘରକୁ ଯାଇ ଧାରଣାରେ ବସିଛନ୍ତି ।

Get real time updates directly on you device, subscribe now.