fbpx

ନିଲମ୍ବିତ ହେଲେ ଜୟପାଟଣା ଥାନାର ୪ ପୋଲିସ ଅଧିକାରୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି । ଏହା ସହ ଥାନାରେ କାର୍ଯ୍ୟରତ ଥିବା ଓଏପିଏଫ୍ ଯବାନ ଦେବରାଜ ନାୟକ ମଧ୍ୟ ସସପେଣ୍ଡ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, କପୁରମାଲ ଗାଁର ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ୪ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତଦନ୍ତ ଆଧାରରେ ସରକାର ୪ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି ।

Get real time updates directly on you device, subscribe now.