ଲୋକଙ୍କୁ ଦେଶ ଛାଡ଼ିବାକୁ ଦିଆଯାଉ ଅନୁମତି, ୬୦ଟି ଦେଶ କଲେ ତାଲିବାନକୁ ଅପିଲ୍

ନୂଆଦିଲ୍ଲୀ: ତାଲିବାନ ସମ୍ପର୍ଣ୍ଣ ଭାବରେ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇସାରିଛନ୍ତି । ରାଜଧାନୀ କାବୁଲ ଉପରେ ତାଲିବାନ ମାନେ ଗତକାଲି ପଶିବା ପରେ ଲୋକମାନଙ୍କ ମଧ୍ୟରେ ଏକ କୋକୂଆ ଭୟ ସୃଷ୍ଟି ହୋଇଛି । ଯାହାଫଳରେ ସେମାନେ ଦେଶ ଛାଡ଼ି ଯିବାକୁ ଚେଷ୍ଟା କରୁଛନ୍ତି । ଇତି ମଧ୍ୟରେ କାବୁଲ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ବିପଦଜନକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସାରା ଦୁନିଆର ଲୋକଙ୍କୁ ଚକିତ କରିଦେଇଛି । ତେବେ ଏହି ପରିପ୍ରେକ୍ଷୀରେ ୬୦ଟି ଦେଶ ବର୍ତ୍ତମାନ ଆଫଗାନିସ୍ତାନରୁ ଲୋକମାନଙ୍କୁ ଅନ୍ୟତ୍ର ଯିବାକୁ ଅନୁମତି ଦେବାକୁ ତାଲିବାନକୁ କହିଛନ୍ତି ।

ଏକ ବିବୃତ୍ତିରେ ଆମେରିକାର ବୈଦେଶିକ ବିଭାଗ କହିଛି, “ନିରାପତ୍ତା ଅବସ୍ଥା ଖରାପ ହେବା କାରଣରୁ ଆମେ ଏହାକୁ ସମର୍ଥନ କରୁଛୁ ଏବଂ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାର୍ୟ୍ୟ କରୁଛୁ। ସମସ୍ତଙ୍କ ପକ୍ଷରୁ ଦେଶ ଛାଡି ଚାଲିଯାଉଥିବା ଲୋକଙ୍କ ସମ୍ମାନ ତଥା ସୁବିଧା ପାଇଁ ଆହ୍ୱାନ ଦିଆଯାଇଛି। ଦେଶ ଛାଡ଼ୁଥିବା ବିଦେଶୀ ନାଗରିକ ଏବଂ ଅଫଗାନ୍ ମାନଙ୍କ ନିରାପଦ ତଥା ଶୃଙ୍ଖଳିତ ପ୍ରସ୍ଥାନ ଚାହୁଁଛନ୍ତି” ।

ବୟାନ ଅନୁସାରେ, ଅଫଗାନ୍ ଏବଂ ବିଦେଶୀ ନାଗରିକ, ଯେଉଁମାନେ ଦେଶରୁ ପ୍ରସ୍ଥାନ କରୁଛନ୍ତି, ସେମାନଙ୍କୁ ସୁରକ୍ଷିତ ଭାବେ ଦେଶ ଛାଡ଼ିବାକୁ ଅନୁମତି ଦିଆଯାଉ । ସଡ଼କ ପଥ, ଆକାଶ ପଥ ଏବଂ ସୀମା ଖୋଲା ରଖିବା ଦରକାର । ସେମାନଙ୍କୁ ସମ୍ମାନର ସହିତ ଦେଶ ଛାଡ଼ିବାକୁ ଦିଆଯାଉ । କାରଣ ଅଫଗାନର ଲୋକମାନଙ୍କୁ ମଧ୍ୟ ଜୀବନ ଜିଇଁବାର ଅଧିକାର ରହିଛି ।

୬୦ ଟି ଦେଶ ମଧ୍ୟରେ ରହିଛନ୍ତି; ଆଲବେନିଆ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବହାମାସ, ବେଲଜିୟମ, ବୁର୍କିନା ଫାସୋ, କାନାଡା, ଚିଲି, କଲମ୍ବିଆ, କୋଷ୍ଟାରିକା, କୋଟେ ଡି ଆଇଭର୍, କ୍ରୋଏସିଆ, ଚେକ୍ ରିପବ୍ଲିକ୍, ଡେନମାର୍କ, ଡୋମିନିକାନ୍ ରିପବ୍ଲିକ୍, ଏଲ୍ ସାଲଭାଡୋର, ଏଷ୍ଟୋନିଆ, ବ୍ୟାପାର ଏବଂ ସୁରକ୍ଷା ନୀତି ପାଇଁ ୟୁରୋପୀୟ ୟୁନିଅନର ଉଚ୍ଚ ପ୍ରତିିନିଧି, ମାଇକ୍ରୋନେସିଆ, ଫିଜି, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ଜିଆ, ଜର୍ମାନୀ, ଘାନା, ଗ୍ରୀସ୍, ଗୁଆଟେମାଲା, ଗୁଇନା, ହାଇତି, ହୋଣ୍ଡୁରାସ, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ଇଟାଲୀ, ଜାପାନ, କୋସୋଭୋ, ଲାଟଭିଆ, ଲାଇବେରିଆ, ମାର୍ଶଲ ଦ୍ୱୀପପୁଞ୍ଜ, ମରିସାନିଆ, ମୋଣ୍ଟେନେଗ୍ରୋ, ନାଉରୁ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ନାଇଜର, ଉତ୍ତର ମେସୈଡୋନିଆ, ନରୱେ, ପାଲା, ପାନାମା, ପାରାଗୁଏ, ପୋଲାଣ୍ଡ, ପର୍ତ୍ତୁଗାଲ, କତାର, ରିପବ୍ଲିକ୍ ଅଫ୍ କୋରିଆ, ସାଇପ୍ରସ୍ ରିପବ୍ଲିକ୍, ରୋମାନିଆ, ସିଆରପିଏନ୍, ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ୍, ସୁରିନାମ, ସ୍ୱିଡେନ, ଟୋଗୋ, ଟୋଙ୍ଗା, ଉଗାଣ୍ଡା, ବ୍ରିଟେନ, ୟୁକ୍ରେନ ଏବଂ ୟେମେନ ସାଇନ୍ ଅପ୍ କରିଛନ୍ତି।