ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜର ବୟାନ ପାଇଁ ସବୁବେଳେ ବିବାଦ ଭିତରକୁ ଚାଲି ଆସନ୍ତି । ଆଉ ଅନେକ ସମାଲୋଚନାର ଶିକାର ହୁଅନ୍ତି । ଏବେ ପୁଣି ଥରେ ସେହିପରି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ବୁଧବାର ଦିନ ଇମ୍ରାନ କହିଛନ୍ତି ଯେ, ମୋବାଇଲ୍ ଫୋନ୍ ର ଦୂରୁପଯୋଗ କାରଣରୁ ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଆଧୁନିକ ଜ୍ଞାନକୌଶଳର ଦକ୍ଷ ଉପଯୋଗ ପ୍ରସଙ୍ଗରେ ଇମ୍ରାନ ଏପରି ବୟାନ ଦେଇଛନ୍ତି ।
ଲାହୋରର ଗ୍ରେଟର ଇକବାଲ ପାର୍କରେ ଜଣେ ମହିଳା ଟିକଟକର୍ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଅସଦାଚରଣ କରିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ଇମ୍ରାନ ଖାନ ବୁଧବାର ଲାହୋରରେ ପଞ୍ଜାବ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ସହିତ ଯୁବକମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତୀତ ସେମାନଙ୍କ ଚରିତ୍ର ନିର୍ମାଣ ପାଇଁ ପିବିୟୁଏଚ୍ ର ସର୍ବୋଚ୍ଚ ଗୁଣ ବିଷୟରେ ସେମାନଙ୍କୁ ମାର୍ଗଦର୍ଶନ ଏବଂ ଶିକ୍ଷା ଦେବା ଆବଶ୍ୟକ।
ତେବେ ଏହାପୂର୍ବରୁ ବି ଇମ୍ରାନ୍ ବଢ଼ୁଥିବା ଦୁଷ୍କର୍ମ ମାମଲାର ପଛର କାରଣ ମହିଳା ମାନଙ୍କ ଛୋଟ ଡ୍ରେସ୍ ବୋଲି କହିଥିଲେ । ସେ କହିଥିଲେ ଯେ, ମହିଳାମାନେ ଛୋଟ ଡ୍ରେସ୍ ପିନ୍ଧିବା ଦ୍ୱାରା ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି । ଏହି ବୟାନ କାରଣରୁ ସେ ବିଶ୍ୱବ୍ୟାପୀ ସମାଲୋଚନାର ଶିକାର ହୋଇଥିଲେ ।