fbpx

ଶାଳୀକୁ ନେଇ ପଳାଇବାର ୬ ମାସ ପରେ ମନେପଡିଲା ପତ୍ନୀ କଥା, ଦୁହିଁଙ୍କ ସହ ସମ୍ପର୍କ ପରେ କଲା କିଛି ଏପରି କାମ…

ଅହମଦାବାଦ: ଆଜିକାଲିର ପ୍ରେମ ଘଣ୍ଟାର କଣ୍ଟା କରି ବଦଳିବାରେ ଲାଗିଛି । ଏଥିରେ କିଏ ବରବାଦ୍ ହେଉଛି ତ ଆଉ କିଏ କାହାର ଜୀବନ ନେବାକୁ ପଛଉନାହିଁ । ସେହିପରି ଗୁଜୁରାଟର ଅହମଦାବାଦଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ସହିତ ମିଶି ଶାଳୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଉଭୟ ସ୍ୱାମୀ-ସ୍ତ୍ରୀକୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।

ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ହିତେନ୍ଦ୍ର ପଟେଲ ନିଜ ପତ୍ନୀ ପୁନିତା ସହିତ ମିଶି ଏକ ଭୟଙ୍କର ହତ୍ୟା କରିଛି । ଦୁହେଁ ପ୍ରଥମେ ପୀଡିତାଙ୍କୁ ବେହୋସ୍ କରିବା ପରେ ମୁହଁରେ ମଶାମରା ଔଷଧ ପୂରାଇଦେଇଥିଲେ । ପରେ ପୀଡିତାଙ୍କୁ ଏକ ଦଉଡିରେ ବାନ୍ଧି ନର୍ମଦା ନଦୀକୁ ଫିଙ୍ଗିଦେଇଥିଲେ । ଗତ ୯ ମାସ ଧରି ପୋଲିସ ଏହି ମାମଲାର ଛାନଭିନ୍ କରୁଥିଲା । ୨୦୨୧ରେ ପୀଡିତା କୋମଲଙ୍କ ମରଶରୀର ନର୍ମଦା ନଦୀର କୂଳରୁ ଉଦ୍ଧାର କରାଯାଇଥିଲା । ଯାଞ୍ଚ ପରେ ଘଟଣାର ଖୁଲାସା ହୋଇଥିଲା ।

ତେବେ ପଚରାଉଚରା ପରେ ଜଣାପଡିଥିଲା ଯେ, ୨୦୧୯ରେ ହିତେନ୍ଦ୍ର ନିଜ ପତ୍ନୀକୁ ଛାଡ଼ି ନିଜ ଶାଳୀ ସହିତ ଘରୁ ପଳାଇଯାଇଥିଲା । ୬ ମାସ ପରେ ଘରକୁ ଫେରିବା ପରେ ପୁଣି ପତ୍ନୀଙ୍କୁ ବୁଝାଇ ଶୁଝାଇ ମନାଇଥିଲା । ଏହି ସମୟରେ ହିତେନ୍ଦ୍ର ନିଜ ଶାଳୀ ଓ ପତ୍ନୀ ଉଭୟଙ୍କ ସହିତ ସମ୍ପର୍କ ରଖୁଥିଲା । ପରେ ସେ ୨ ଟି ଘର ନେବ ବୋଲି ନିଜ ପତ୍ନୀଙ୍କ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରେ ଦୁହେଁ ଅଲଗା ଅଲଗା ରହିବେ । କିନ୍ତୁ କୋମଲଙ୍କ ସହିତ ଅଭିଯୁକ୍ତର ସମ୍ପର୍କ ବେଶି ଦିନ ରହିନଥିଲା । ଏପରି ପରିସ୍ଥିତିରେ ସେ କୋମଲକୁ ମାରିଦେବାକୁ ଯୋଜନା କରିଥିଲା, ଯେଉଁଥିରେ ସେ ନିଜ ପତ୍ନୀର ସହଯୋଗ ଲୋଡିଥିଲା । ଦୁହେଁ କୋମଲକୁ ମାରି ନର୍ମଦା ନଦୀରେ ଫିଙ୍ଗିଦେଇଥିଲେ ।

Get real time updates directly on you device, subscribe now.