fbpx

ଆଜି ୟୁଏଇରେ ଆରମ୍ଭ ହେବ ଆଇପିଏଲ୍‌ର ଦ୍ୱିତୀୟ ଭାଗ, ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍‌ସ

ଦୁବାଇ (ଭାସ୍କର ନ୍ୟୁଜ୍):  ଆଜି ୟୁଏଇରେ ଆରମ୍ଭ ହେବା ଫଟାଫଟ୍ କିକ୍ରେଟ୍‌ରୁ ଦ୍ୱିତୀୟ ଭାଗ । ଆଇପିଏଲ -୧୪ ଭାଗ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ । ଗତ ଏପ୍ରିଲରେ ଭାରତରେ ପ୍ରଥମ ଭାଗ ଆୟୋଜନ କରାଯାଇଥିଲା । ୨୯ଟି ମ୍ୟାଚ୍‌ ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ଭାରତରେ ସେତେବେଳେ କରୋନାର ଦ୍ୱିତୀୟ ଲହର ଅଣାୟତ ଥିଲା । ଆଇପିଏଲ୍‌ର ଜୈବ ସୁରକ୍ଷା ବଳୟକୁ ଭେଦ କରି କରୋନା ଭୂତାଣୁ ବିଭିନ୍ନ ଦଳର ଶିବିରରେ ପ୍ରବେଶ କରିଥିଲା । ଦ୍ୱିତୀୟ ଭାଗରେ ବାକି ୩୧ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଦର୍ଶକ ଉପସ୍ଥିତ ରହି ମ୍ୟାଚ୍‌ ଉପଭୋଗ କରିପାରିବେ । ଆଇପିଏଲ୍‌ର ଦୁଇ ସଫଳ ଦଳ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଓ ସୁପରକିଙ୍ଗ୍‌ସ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କହିଲେ ଭୁଲ ହେବ ନାହିଁ ।

ଦୁବାଇରେ ପାଞ୍ଚଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ତିନି ଥରର ଟାଇଟଲ୍ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ କଡ଼ା ମୁକାବିଲା। ପ୍ରଥମ ପର୍ଯ୍ୟାୟର ୮ଟି ମ୍ୟା ଖେଳି ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୧୨ ପଏଣ୍ଟ ପାଇ ଶୀର୍ଷରେ ରହିଛି। ତେବେ ଦ୍ବିତୀୟ ଭାଗ ପ୍ରତିଯୋଗିତା କଡ଼ା ମୁକାବିଲା ମୂଳକ ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଅବଶିଷ୍ଟ ୩୧ ମ୍ୟାଚ୍। ତେଣୁ ଶେଷ ପର୍ଯ୍ୟାୟ ଲଢ଼େଇରେ ସାମିଲା ହେବା ପାଇଁ ସବୁ ଦଳ ନିଶ୍ଚିତ ଚେଷ୍ଟା କରିବେ। ଯେଉଁ ଫ୍ରାଞ୍ଚାଇଜ ମାନେ ପ୍ରଥମ ଭାଗରେ ପଛୁଆ ରହିଛନ୍ତି। ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆଗକୁ ଯିବା ପାଇଁ ମ୍ୟାଚକୁ ବରାବର କରିବାକୁ ଚେଷ୍ଟା କରିବେ। ତେଣୁ ଦ୍ବିତୀୟ ଭାଗର ସବୁ ମ୍ୟାଚ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳିବ। ମାତ୍ର ଏଥର କିଏ ହେବ ଚାମ୍ପିଅନ ତାହା ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ ପରେ ଜଣାପଡିବ।

କୋଲକାତା ନାଇଟ୍‌ ରାଇଡର୍ସର ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ଗତ ମେ’ ମାସ ୩ ତାରିଖରୁ ଆଇପିଏଲ୍‌-୧୪ ସ୍ଥଗିତ ରହିଥିଲା । ଏହାପରେ ଭାରତରେ ମହାମାରୀର ଦ୍ୱିତୀୟ ତରଙ୍ଗ ବେଶ୍‌ ଭୟଙ୍କର ରହିଥିଲା । ଅକ୍ଟୋବର ମାସରେ ସଂକ୍ରମଣର ତୃତୀୟ ତରଙ୍ଗ ଆଶଙ୍କା କରି ବିସିସିଆଇ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୟୁଏଇରେ ଆୟୋଜନ କରିବା ନେଇ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.