fbpx

ଖୁସି ଖବର: ୧୫ ହଜାରରୁ କମ୍ ଦରମା ପାଉଥିବା ଶ୍ରମିକଙ୍କୁ ମିଳିବ ଆୟୁଷ୍କାନ ଭାରତ ଯୋଜନାର ଲାଭ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ୧୫ ହଜାରରୁ କମ୍ ଦରମା ପାଉଥିବା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆସିଛି ଖୁସି ଖବର । ଆପଣ ନିଜକୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିପାରିବେ । ଏଥିରେ କୌଣସି ଦୁର୍ଘଟଣା ଓ ଅସୁସ୍ଥତା ସମୟରେ ଖର୍ଚ୍ଚର ଚିନ୍ତାରୁ ଆପଣ ମୁକ୍ତ ହୋଇପାରିବେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ପରେ ଦୁର୍ଘଟଣା ହେଲେ ଶ୍ରମିକମାନେ ୨ ଲକ୍ଷ ଟଙ୍କାର ବୀମା ପାଇବାକୁ ହକଦାର ହେବେ । ଏହା ସହିତ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଦେଉଥିବା ଆୟୁଷ୍ମାନ ଯୋଜନାରେ ପରିବାର ସାମିଲ ହୋଇଯିବେ । ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ସରକାରୀ ସହାୟତା ମଧ୍ୟ ମିଳିବ ।

କୌଣସି ସହାୟତା ପାଇଁ ଆପଣ ହେଲ୍ପଲାଇନ୍ ନମ୍ବର ୧୪୪୩୪ ସହିତ ଯୋଗାଯୋଗ କରିପାରିବେ । ଏହା ସହ http://www.gms.eshram.gov.inପୋର୍ଟାଲ ମାଧ୍ୟମରେ ଆପଣ ଅଭିଯୋଗ କରିପାରିବେ । ଅସଙ୍ଗଠିତ ଶ୍ରମିକଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଫେରିବାଲା, ପ୍ରବାସୀ ବା ପ୍ଲାଟଫର୍ମ କର୍ମଚାରୀ, କୃଷି ଶ୍ରମିକ, ମନରୋଗା ଶ୍ରମିକ ସମେତ ସମସ୍ତ ପ୍ରକାର ଶ୍ରମିକ ଅଛନ୍ତି, ଯାହାଙ୍କ ମାସିକ ଆୟ ୧୫ ହଜାରରୁ କମ୍ ରହିଛି ।

କିପରି କରିବେ ପଞ୍ଜୀକରଣ :-
ଯଦି ଆପଣଙ୍କର ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହୋଇଛି, ତେବେ ଆପଣ ନିଜକୁ ପଞ୍ଜୀକୃତ କରିପାରିବେ । ଏଥିପାଇଁ ଇ-ଶ୍ରାମ ପୋର୍ଟାଲ http://www.gms.eshram.gov.inକୁ ଯିବାକୁ ପଡିବ । ଯେଉଁମାନଙ୍କର ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହୋଇନାହିଁ, ସେମାନଙ୍କୁ ପଞ୍ଜୀକରଣ ପାଇଁ ସିଏମସି ଯିବାକୁ ପଡିବ । ଏହିପରି ଶ୍ରମିକମାନେ ବାୟୋମେଟ୍ରିକ୍ ପ୍ରମାଣ ମାଧ୍ୟମରେ ପଞ୍ଜୀକୃତ ହୋଇପାରିବେ । ଇ-ଶ୍ରାମ କାର୍ଡକୁ ସିଏମସି କାଗଜରେ ପ୍ରିଣ୍ଟ କରି ଶ୍ରମିକଙ୍କୁ ହସ୍ତାନ୍ତର କରିବ । ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ହେବ ।

କିଏ ପଞ୍ଜିକରଣ କରିପାରିବ :-
– ଯେଉଁ ଶ୍ରମିକ ୧୬ ରୁ ୫୯ ବର୍ଷ ବୟସ ବର୍ଗରେ ଅଛନ୍ତି ଏବଂ ଇପିଏଫଓ୍ କିମ୍ବା ରାଜ୍ୟ ବୀମା ନିଗମର ଲାଭ ପାଇନାହାଁନ୍ତି ।

– ଯେଉଁ ଶ୍ରମିକ ଆୟକରଦାତା ନୁହଁନ୍ତି ।

– ଯେଉଁ ଶ୍ରମିକ ସରକାରୀ କର୍ମଚାରୀ ନୁହଁନ୍ତି ।

Get real time updates directly on you device, subscribe now.