fbpx

ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି । କିଣାକିଣି କରିବା ବେଳେ ଭିଡ଼ ଏଡାଇବାକୁ ସ୍ୱତନ୍ତ୍ର ସ୍କ୍ୱାଡ଼ ନଜର ରଖିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ, ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ବି ଭୟ ରହୁଛି, ତେଣୁ ଟ୍ୱିନ୍ ସିଟିର ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.